Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ଦ ହେଲା ରାଜ୍ୟର ୩୧ଟି ଘରୋଇ କୋଭିଡ ହସ୍ପିଟାଲ

କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍ ରୋଗୀଙ୍କୁ ଏସବୁ ଘରୋଇ ହସ୍ପିଟାଲରେ ଆଉ ଆଡମିଟ୍ କରାଯିବ ନାହିଁ

କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍ ରୋଗୀଙ୍କୁ ଏସବୁ ଘରୋଇ ହସ୍ପିଟାଲରେ ଆଉ ଆଡମିଟ୍ କରାଯିବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ସମ କୋଭିଡ ହସ୍ପିଟାଲରେ ୫୦ଟି ସାଧାରଣ ଶଯ୍ୟା, ୭୫ଟି ଆଇସିୟୁ ଓ ୨୫ଟି ଏଚଡିୟୁ ସଂପରକ୍ଷିତ ରହିବ । ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଆସନ୍ତା ମାର୍ଚ୍ଚ ୩୧ ଯାଏଁ କୋଭିଡ ଯୋଦ୍ଧାଙ୍କୁ ଚିକିତ୍ସା କରାଯାଇପାରିବ । ପୂର୍ବରୁ ଧାର୍ଯ୍ୟ ଦେୟ ଅନୁସାରେ ସରକାର ଦୁଇ ହସ୍ପିଟାଲକୁ ସରକାର ପାଣ୍ଠି ଯୋଗାଇବେ । ବନ୍ଦ ହେବାକୁ ଥିବା ଘରୋଇ କୋଭିଡ ହସ୍ପିଟାଲଗୁଡିକରେ ଯେଉଁ ସବୁ କୋଭିଡ ରୋଗୀ ଚିକିତ୍ସିତ ହେଉଥିବେ ସେମାନଙ୍କ ଚିକିତ୍ସା ସୁସ୍ଥ ହେବା ଯାଏଁ ଜାରି ରହିବ । ଏହା ସହ କୋଭିଡ କେୟାର ସେଣ୍ଟର ବା ସିସିସି ଓ କରୋନା କେୟାର ହୋମ୍ ବା ସିସିଏଚ୍‌କୁ ମଧ୍ୟ ରାଜ୍ୟ ସରକାର ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

Show More

Related Articles

Back to top button