Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଓଡ଼ିଶାର ପକ୍ଷୀ ବିଶାରଦଙ୍କୁ ନେଇ ୧୬ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ଜଣେ ମୁଖ୍ୟ ରହିଥିବା ବେଳେ ସମୁଦାୟ ୭୦ଜଣ ଏହି ଗଣନା ପ୍ରକ୍ରିୟାରେ ସାମିଲ ହେବେ ।

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଓଡ଼ିଶାର ପକ୍ଷୀ ବିଶାରଦଙ୍କୁ ନେଇ ୧୬ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ଜଣେ ମୁଖ୍ୟ ରହିଥିବା ବେଳେ ସମୁଦାୟ ୭୦ଜଣ ଏହି ଗଣନା ପ୍ରକ୍ରିୟାରେ ସାମିଲ ହେବେ ।

ଆଜି ପ୍ରତ୍ୟୁଷରୁ ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ୱୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଅଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକାମାଉଥ, ଏକମାଣିଆ, ରାଜଗଡ଼ ପ୍ରଭୃତି ସ୍ଥାନମାନଙ୍କରେ ଏହି ଗଣନା କାର୍ଯ୍ୟ ଚାଲିଛି । ପ୍ରତି ଟିମ୍‌କୁ ୱାକିଟକି, ବାଇନାକୁଲାର, ଜିପିଏସ୍‌, ଭିଏଚ୍‌ଏଫ୍‌ ପ୍ରଭୃତି ଯନ୍ତ୍ର ଯୋଗାଇ ଦିଆଯାଇଛି । ଏହାଛଡ଼ା ନଦୀରେ ଗଣନା ସମୟରେ ବୋଟ୍‌ ଏବଂ ସରକାରୀ ଯାନ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି ।

୧୬ଟି ଟିମ୍‌ରେ ମୁଖ୍ୟ ଭାବେ ପରିବେଶବିତ୍‌ ବିଶ୍ୱଜିତ ମହାନ୍ତି, ଗୋହର ଆବେଦ୍ଦିନ, ଶିବ ପ୍ରସାଦ ପରିଡ଼ା, ସଂଜୟ ରାଉତ, ମାଇକେଲ ପିଟର, ପ୍ରସନ୍ନ ନାୟକ, ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ବିରଜାପ୍ରସାଦ ପତି, ବିରଂଚି ନାରାୟଣ ସାମଲ, ବିଜୟ କବି, ସୁଧାଂଶୁ ପରିଡ଼ା, ଲକ୍ଷ୍ମୀଧର ମିଶ୍ର, ମଧୁସ୍ମିତା ପତି, ଜ୍ଞାନ ପ୍ରକାଶ ମହାନ୍ତି, ନବୀନ ମଲ୍ଲିକଙ୍କ ସମେତ ଅତିରିକ୍ତ ବନ ସଂରକ୍ଷକ ଅଧିର ବେହେରା, ହରେକୃଷ୍ଣ ମଲ୍ଲିକ ଏବଂ ବନପାଳମାନେ ଏହି ଗଣନାରେ ସାମିଲ ହୋଇଛନ୍ତି।

ମଙ୍ଗଳବାର ପକ୍ଷୀ ଗଣନା ପାଇଁ ରାଜନଗର ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜନଗର ଡିଏଫ୍‌ଓ ଶ୍ରୀ ଦାସ ପକ୍ଷୀ ଗଣନାର ଉଦ୍ଦେଶ୍ୟ, ଏହାର ବୈଷୟିକ ଦିଗ, କିପରି ଏବଂ କେଉଁ ସ୍ଥଳରେ ପକ୍ଷୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରାଯିବ ସେ ସମ୍ୱନ୍ଧରେ ବିସ୍ତୃତ ବିବରଣୀ ରଖିଥିଲେ । ଏହି ଅବସରରେ ପରିବେଶବିତ ଚିନ୍ମୟ ଭୁଜବଳଙ୍କ ଦ୍ୱାରା ମଙ୍ଗଳାଯୋଡ଼ିକୁ ଆସୁଥତ୍ୱା ବିଦେଶାଗତ ପକ୍ଷୀମାନଙ୍କ ଉପରେ ସଂଗ୍ରହ କରିଥିବା ଏକ ତଥ୍ୟ ସମ୍ୱନ୍ଧୀୟ ପୁସ୍ତକକୁ ଡିଏଫ୍‌ଓ ଶ୍ରୀ ଦାଶ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବନସଂରକ୍ଷକ ବିରଂଚି ନାରାୟଣ ସାମଲ, ପରିବେଶବିତ୍‌ ଭାସ୍କର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Back to top button