Breaking PLUSଦେଶ ବିଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲିଭିଗଲା ୧୩ ଜୀବନ

ପଶ୍ଚିମବଙ୍ଗ ଜଲପାଇଗୁଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୩ ଜୀବନ। ଆଉ କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ପଶ୍ଚିମବଙ୍ଗର ଜଳଫାଇଗୁଡ଼ି ନିକଟରେ ଏକ ପଥର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଏକ କାର୍ ଓ ଟାଟା ମ୍ୟାଜିକ୍ ଭ୍ୟାନ୍ ଉପରେ ଓଲଟିଥିଲା। ଏଥିରେ ୧୩ଜଣଙ୍କର ଜୀବନ ଚାଲିଯାଇଛି । ଏପିରିକି କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାନୁଯାୟୀ, ଟ୍ରକରେ ପଥର ଓଭରଲୋଡିଂ ହୋଇଥିଲା । ଆବଶ୍ୟକ ଠାରୁ ଅଧିକ ଜିନିଷ. ପରିବହନ କରୁଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

Show More

Related Articles

Back to top button