Breaking PLUSଦେଶ ବିଦେଶମୁଖ୍ୟ ଖବର

ଏଲଆଇସିର ନୂଆ ଏମଡ଼ି ଭାବେ ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଆ ପୁଅ ସିଦ୍ଧାର୍ଥ

ଏବେ ଦେଶରେ ଓଡ଼ିଆଙ୍କ ପତିଆରା ବଢ଼ିଚାଲିଛି । ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡ଼ିଆମାନେ ଆସୀନ ହୋଇଛନ୍ତି । ଏହି କ୍ରମରେ ଆଉ ଜଣେ ଓଡ଼ିଆ ପୁଅ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ଏବେ ଦେଶରେ ଓଡ଼ିଆଙ୍କ ପତିଆରା ବଢ଼ିଚାଲିଛି । ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡ଼ିଆମାନେ ଆସୀନ ହୋଇଛନ୍ତି । ଏହି କ୍ରମରେ ଆଉ ଜଣେ ଓଡ଼ିଆ ପୁଅ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ଭାରତୀୟ ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ବା ଏମଡ଼ି ଭାବେ ଦାୟିତ୍ୱ ଗ୍ରହଣ କରିବେ ସିଦ୍ଧାର୍ଥ ମହାନ୍ତି । ଆସନ୍ତା ଫେବୃଆରୀ ପହିଲାରୁ ସେ ଏହି ପଦବୀରେ ଅବସ୍ଥାପିତ ହେବେ । ବର୍ତମାନ ସେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡ଼ି ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି । ଏଲଆଇସି ଏମଡ଼ି ଭାବେ ଶ୍ରୀ ମହାନ୍ତି ୨୦୨୩ ଜୁନ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଚଳିତ ୩୧ରେ ଟିସି ସୁଶୀଲ କୁମାର ଅବସର ନେଉଥିବାବେଳେ ତାଙ୍କ ସ୍ଥାନରେ ଫେବୃଆରୀ ପହିଲାରୁ ସିଦ୍ଧାର୍ଥ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଗ୍ରହଣ କରିଛନ୍ତି । ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଡେପୁଟି ଗଭର୍ଣ୍ଣର ବିପି କାନୁନଗୋ, ମାଇକେଲ ଦେବବ୍ରତ ପାତ୍ର ଏବଂ ପୂର୍ବତନ ଆରବିଆଇ ଡେପୁଟି ଗଭର୍ଣ୍ଣର ଏଚ ଆର ଖାନ ପ୍ରମୁଖ ଓଡ଼ିଶାକୁ ଗର୍ବିତ କରି ଆସିଛନ୍ତି ।

Show More

Related Articles

Back to top button