ଓଡ଼ିଶାଜୀବନଚର୍ଯ୍ୟାମୁଖ୍ୟ ଖବର

ଏହି ୪ଟି ଭୁଲ କରିବା ଦ୍ୱାରା ଘର ଛାଡି ଚାଲିଯାନ୍ତି ମା ଲକ୍ଷ୍ମୀ

ଆସନ୍ତୁ ଜାଣିବା କଣ ସେଗୁଡିକ-

ମାତା ଲକ୍ଷ୍ମୀ ଧନ ଓ ବୈଭବର ଦେବୀ ଅଟନ୍ତି ଏବଂ ସେ ଚଞ୍ଚଳ ଶୋଭାବର ମଧ୍ୟ ହୋଇଥାନ୍ତି l ମାର୍ଗଶିର ମାସ ଗୁରୁବାରଟି ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଛି l ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଯାହା ଉପରେ ପଡିଥାଏ ତାହାର ଜୀବନ ସ୍ୱର୍ଗ ହୋଇଯାଏ l ମାଙ୍କର ଆଶୀର୍ବାଦ ଦରିଦ୍ରକୁ ରାଜା କରିଥାଏ ଓ ଯାହାଉପରେ ଅସନ୍ତୁଷ୍ଟ ହୁଅନ୍ତି ତାହାକୁ ଦରିଦ୍ର କରି ଦିଅନ୍ତି l ସେ ଚଞ୍ଚଳା ହୋଇଥିବା କାରଣରୁ ଆମର ସାମାନ୍ୟ ଭୁଲ ପାଇଁ ଅମପାଖରୁ ଶୀଘ୍ର ଚାଲିଯାନ୍ତି l ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଓ ଲକ୍ଷ୍ମୀ ପୁରାଣରେ ଏପରି କିଛି କଥା କୁହାଯାଇଛି ଯାହାକୁ ଆମେ ନକରିବା ଉଚିତ l ଯଦି ଆମେ ଭୁଲ ବଶତଃ ସେହି କାର୍ଯ୍ୟ କରିଥାଉ ତେବେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଦୁରେଇ ଯାଇଥାନ୍ତି l ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ ବିଷୟରେ ଯାହାକୁ ଆମେ ନକରିବା ଉଚିତ l

1.ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ -ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅଇଁଠା ବାସନକୁ ଦୀର୍ଘ ସମୟ ଧରି ପକାଇ ରଖନ୍ତି ଏବଂ ଆଉ କିଛି ଲୋକ ରାତିର ଅଇଁଠା ବାସନକୁ ରଖିଦେଇ ସକାଳୁ ତାହାକୁ ଧୋଇଥାନ୍ତି l ଯାହା ଶାସ୍ତ୍ର ଆନୁସାରେ ଠିକ ନୁହେଁ l ଘରେ ଅଇଁଠା ବାସନ ପକାଇ ରଖିଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଓ ସେହି ଘର ଛାଡି ଚାଲିଯାନ୍ତି ତେଣୁକରି ସବୁବେଳେ ରୋଷେଇ ଘର ସଫା ରଖିବା ଆବଶ୍ୟକ l

2.ଏହି ସ୍ଥାନରେ ଅଳିଆ ରଖନ୍ତୁ ନାହିଁ -ଲକ୍ଷ୍ମୀ ପୁରାଣ ଅନୁସାରେ ଘରର ଉତର ଦିଗରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଏହି ସ୍ଥାନକୁ ମାତୃ ସ୍ଥାନ ମଧ୍ୟ କୁହାଯାଇଥାଏ l ସେଥିପାଇଁ ଏହି ସ୍ଥାନରେ ଅଳିଆ ଆବର୍ଜନା ରଖିବା ଠିକ ନୁହେଁ ଓ ସଫା ସୁତୁରା ରଖିବା ବଶ୍ୟକ l ଘରର ଏହି ସ୍ଥାନରୁ ସକାରତ୍ମକ ଶକ୍ତି ମିଳିଥାଏ ତେଣୁକରି ଗହାରର ଉତ୍ତର ଦିଗ ଆମ ପାଇଁ ମୁଖ୍ୟ ଅଟେ l

3.ଚୁଲି ଉପରେ ଏହି ଜିନିଷ ରଖନ୍ତୁ ନାହିଁ -ଚୁଲି ଉପରେ କେବେବି ଖାଲି ବାସନ ଓ ଅଇଁଠା ବାସନ ରଖିବ ଉଚିତ ନୂହେଁ l ସବୁବେଳେ ଚୁଲୀକୁ ସଫା ସୁତୁରା ରଖିବା ଆବଶ୍ୟକ l ଏହାଦ୍ୱାରା ଘରକୁ ସୁଖଶାନ୍ତି ଆସିବା ସହିତ ସମୃଦ୍ଧି ମଧ୍ୟ ଆସିଥାଏ ଓ ସମାଜରେ ସମ୍ମାନ ମିଳିଥାଏ l ପୁରାଣରେ କୁହାଯାଇଛି ଚୁଲି ଉପରେ ଖାଲି ବାସନ ରଖି ଛାଡିବା ଦ୍ୱରା ଘରେ ଦରିଦ୍ରତା ବାସ କରିଥାଏ l ମା ଲକ୍ଷ୍ମୀଙ୍କର ପୂଜା ସ୍ଥାନ ପରେ ଯଦି କିଛି ପବିତ୍ର ସ୍ଥାନ ରହିଛି ତାହା ହେଉଛି ରୋଷେଇ ଘର l

4.ଏହି ସମୟରେ ଶୁଆନ୍ତୁ ନାହିଁ -ଶାସ୍ତ୍ର ଓ ପୁରାଣରେ ଶୋଇବାର ସମୟ ବୀର୍ଦ୍ଧାରିତ କରା ଯାଇଛି l ସୂର୍ଯ୍ୟ ଉଦୟ ପୂର୍ଵରୁ ଉଠିବା ଓ ରାତ୍ରି ସମୟରେ ଶୋଇବାକୁ ସର୍ବ ଶ୍ରେଷ୍ଠ କୁହ ଯାଇଛି l କିଛି ଲୋକ ଅଳସୁଆମୀ କାରଣରୁ ସନ୍ଧ୍ୟା ସମୟରେ ଶୋଇବାକୁ ଭଲପାଇ ଥାନ୍ତି ଯାହା ଠିକ ନୁହେଁ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଘର ଛାଡି ଚାଲିଯାଇଥାନ୍ତି l ଗୋଧୂଳି ବେଳାର ସମୟ ପୂଜା ପାଠ ପାଇଁ ଉତ୍ତମ ସମୟ ଅଟେ ,ଏହି ସମୟରେ ଶୋଇବା କିମ୍ବା ବିଛଣାରେ ଗଡ଼ିବା ଅଶୁଭ ହୋଇଥାଏ l

Show More

Related Articles

Back to top button