ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମୁଢି ଖାଇଲେ ମିଳିଥାଏ ଏହିସବୁ ଫାଇଦା

ମୁଢି ଖାଇବାକୁ କିଏବା ପସନ୍ଦ ନକରେ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ମୁଢି ଖାଇବାକୁ ପସନ୍ଦ କରନ୍ତି । ଭାରତର ପ୍ରତ୍ୟେକ ସ୍ଥାନରେ ମୁଢି ମିଳିଥାଏ । ଏହାର ସ୍ୱାଦ ଯେତିକି ନିଆରା ଏହାକୁ ପ୍ରସ୍ତୁତ କରି ଖାଇବା ଶୈଳୀ ମଧ୍ୟ ତାଠୁ ଅଧିକ ନିଆରା । ଆପଣ ଜାଣନ୍ତି କି ଏହି ମୁଢ଼ି କିନ୍ତୁ ପୋଷାକ ତତ୍ତ୍ୱରେ ଭରପୁର ଅଟେ l

ମୁଢ଼ି଼ରେ ରହିଥିବା ପୋଷାକ ତତ୍ୱ ଗୁଡିକ ହେଲା -: ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ,ଡାଏଟ୍ରି ଫାଇବର, ରାଇବୋଫ୍ଲାଏବିନ, କ୍ୟାଲସିୟମ, ମଗ୍ନେଶୀୟମ ଇତ୍ୟଦି ।

– ମୁଢି ପାଚନ ସମସ୍ୟା ପାଇଁ ଖୁବ ହିତକର l ଯଦି ଆପଣ ନିୟମିତ ଅପଚ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ମୁଢି ଖାଇବା ଆରମ୍ଭ କରି ଦିଅନ୍ତୁ l ଏଥିରେ ଥିବା ଫାଇବର ପାଚନ କ୍ଷମତାକୁ ବୃଦ୍ଧି କରିଥାଏ l ମୁଢି ମଳ ର ମ୍ୟୁକସ ଓ ଫ୍ୟାଟ ର ମାତ୍ରା କୁ କମ କରି କୋଷ୍ଠ କାଠିନ୍ୟ ସମସ୍ୟା ଠିକ କରିଥାଏ l ଯାହାଦ୍ୱାରା ପାଚନ ତନ୍ତ୍ର ସମସ୍ୟା ମଧ୍ୟ ଠିକ ରହିଥାଏ l

– ଯଦି ଆପଣ ଏନର୍ଜି କମ ହେବାର ଅନୁଭବ କରୁଛନ୍ତି ତେବେ ମୁଢି ଖାଇ ପାରନ୍ତି l ଏଥିରେ କାର୍ବୋହାଇଡ୍ରେଟ୍ସ ରହିଥାଏ , ଯାହା କାର୍ବୋହାଇଡ୍ରେଟ କୁ ଗ୍ଲୁକୋଜ ରେ ପରିଣତ କରିଥାଏ l ଯାହାଦ୍ୱାରା ଶରୀରକୁ ଇନ୍ସlଣ୍ଟ ଏନର୍ଜି ମିଳିଥାଏ l ଏହାଛଡା ଆପଣ ଯଦି ଗଣ୍ଡିଏ ମୁଢି ଖାଇଦେବେ ତେବେ ଦୀର୍ଘ ସମୟ ଧରି ଆପଣଙ୍କ ପେଟ ଭାରି ହୋଇ ରହିବ l

– ହାଡ଼ ସମ୍ବନ୍ଧୀୟ ସମସ୍ୟା ଖୁବ ହିତକର l ମୁଢି କ୍ୟାଲସିୟମ ଓ ପୋଟାସିୟମ ର ଗୋଟିଏ ଭଲ ସ୍ରୋତ l ଯାହା ହାଡ଼କୁ ମଜବୁତ କରି ଗଣ୍ଠି ଯନ୍ତ୍ରଣା କୁ ଠିକ କରିଥାଏ l ଆଗ କାଳରେ ମୁଢି ଅଧିକ ସେବନ କରୁ ଥିବା କାରଣରୁ ହାଡ଼ ମଜବୁତ ରହୁଥିଲା l

– ମୁଢି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏଥିରେ ଥିବା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଶରୀର ରେ ଜମା ହୋଇଥିବା ଫ୍ୟାଟ କୁ କମାଇବା ସହ ଫାଇବର ଆପଣଙ୍କ ଭୋକ କୁ କମ କରିଥାଏ ଓ ଭୋକ ଶୀଘ୍ର ଲାଗି ନଥାଏ l ଯେଉଁ କାରଣରୁ ଓଜନ ହ୍ରାସ ହୋଇଥାଏ l

– ଆଣ୍ଟି ଅକ୍ସିଡେଣ୍ଟ ଓ ମିନେରାଲସ ରେ ଭରପୁର ଅଟେ ମୁଢି , ଏହାଛଡା ଗୋଟିଏ ଲୋ-ସୋଡିୟମ ଯୁକ୍ତ ଆହାର l ଯାହାଦ୍ୱାରା ହାର୍ଟ ସମସ୍ୟା ସହିତ ଷ୍ଟ୍ରୋକ ସମସ୍ୟା ରୁ ମଧ୍ୟ ଆରାମ ମିଳିଥାଏ l ତେଣୁ ମୁଢି ଆଗକାଳରେ ଖାଉଥିବା ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିପାରୁ ଥିଲେ l

Show More

Related Articles

Back to top button