ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ତମ୍ବା ପାତ୍ରରେ ଜଳପାନ କଲେ ମିଳିଥାଏ ଏହିସବୁ ଫାଇଦା

ବର୍ତ୍ତମାନ ତମ୍ବା ପାତ୍ରର ବ୍ୟବହାର କମିଗଲାଣି । କିନ୍ତୁ କମସଂଖ୍ୟକ ଲୋକେ ଏବେବି ତମ୍ବା ପାତ୍ରରେ ଖାଦ୍ୟ ଖାଇବା ସହ ଜଳପାନ କରୁଛନ୍ତି । ଘରର ବୟସ୍କ ଓ ଡାକ୍ତରମାନେ ମଧ୍ୟ ତମ୍ବା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ସେହିପରି ତମ୍ବା ପାତ୍ରରେ ଜଳ ରଖି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦ ମଧ୍ୟ ଦାବି କରିଥାଏ ।

ତେବେ ଆପଣ ଜାଣନ୍ତିକି ତମ୍ବା ପାତ୍ରରେ ଜଳପାନ କଲେ ମିଳିଥାଏ ଏହିସବୁ ଫାଇଦା-

ପେଟର ଚର୍ବି କମ୍ କରେ ତମ୍ବା ଜଳ : ତମ୍ବା ପାତ୍ରରୁ ପାଣି ପିଇବା ଦ୍ୱାରା ଆମେ ଆମର ପେଟର ଚର୍ବିକୁ ହ୍ରାସ କରିପାରିବା। ଏଥିରେ ଆପଣଙ୍କର ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାର କ୍ଷମତା ମଧ୍ୟ ଅଛି। ଏହାସହ ତମ୍ବା ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ। ଏହା ସହିତ ଏହା ଆମର ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ।

ପେଟ ସମସ୍ୟା :ଆମ ଶରୀରରେ ବ୍ୟାକ୍ଟେରିଆ ନଷ୍ଟ କରିବାରେ ତମ୍ବା ପ୍ରଭାବଶାଳୀ। ଏହା ଆମ ପେଟ ସଂକ୍ରମଣ, କ୍ଷତ ଏବଂ ଆଲସର ସମସ୍ୟାକୁ ଦୂର କରିଥାଏ। ଯଦି ଆପଣ ପେଟଜନିତ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଏକ ତମ୍ବା ପାତ୍ରରେ ନିୟମିତ ପାଣି ପିଅନ୍ତୁ।

କର୍କଟ କୋଷକୁ ବଢିବାକୁ ଦିଏ ନାହିଁ :ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତମ୍ବା ପାତ୍ରରେ ପାଣି ପିଇଲେ କର୍କଟ କୋଷ ବା କ୍ୟାନସର ସେଲ ବଢିବାରେ ରୋକାଯାଇପାରିବ। ତମ୍ବାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-କ୍ୟାନ୍ସର ଗୁଣ ରହିଛି, ଯାହା ଶରୀରରେ କର୍କଟ ରୋଗକୁ ବଢିବାରେ ରୋକ ଲଗାଇଥାଏ। ସେହିପରି ଫ୍ରି ରେଡିକାଲରୁ ମଧ୍ୟ ରକ୍ଷା କରିପାରେ ଏହି ତମ୍ବା ପାତ୍ର ଜଳ। ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ତମ୍ବା ପାତ୍ରରେ ପାଣି ପିଅନ୍ତୁ।

ରକ୍ତହୀନତା ସମସ୍ୟା :ତମ୍ବାରେ ପ୍ରଚୁର ପରିମାଣରେ ଲୌହ ଅଂଶ ମିଳିଥାଏ, ଯାହା ଆମ ଶରୀରରେ ଆଇରନ ଅଭାବକୁ ଦୂର କରେ। ଯଦି ଆପଣ ତମ୍ବା ପାତ୍ରରେ ପାଣି ପିଅନ୍ତି, ତେବେ ଏଥିରୁ ଲୌହ ଅଭାବ ଦୂର ହୋଇପାରିବ। ଏହା ରକ୍ତହୀନତା ଭଳି ଗମ୍ଭୀର ସମସ୍ୟାକୁ ମଧ୍ୟ ରୋକିପାରେ।

 

Show More

Related Articles

Back to top button