ଜୀବନଚର୍ଯ୍ୟା

ଏହି ୩ଟି ଗଛ ସୁଖିବା ଦ୍ୱାରା ଘରର ସୁଖ ଶାନ୍ତିରେ ବାଧା ଆସିବା ସହିତ ଧନ ହାନିର ସୂଚନା ମିଳିଥାଏ

ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି l ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ l ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ତୁଳସୀ ଗଛର ଅନେକ ମହତ୍ୱ ରହିଛି , କାରଣ ତୁଳସୀ ହେଉଛନ୍ତି ଘରପାଇଁ ଶୁଭ

*ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ l କାହିଁକିନା ମାନ୍ୟତା ଅନୁସାରେ ସେ ଦେବୀ ଅଟନ୍ତି l ଶ୍ରୀକୃଷ୍ଣଙ୍କର ତୁଳସୀଙ୍କ ବିନା କୌଣସି କାର୍ଯ୍ୟ କରାଯାଏ ନାହିଁ ଓ ବିନା ତୁଳସୀରେ ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ଭବ ଅଟେ l ତୁଳସୀଙ୍କର ଅନ୍ୟ ନାମ ନାରାୟଣୀ ମଧ୍ୟ ଅଟେ l ତେଣୁ ତୁଳସୀ ବୃକ୍ଷ ଶୁଖିବା ପୂର୍ବରୁ କିଛି ସୂଚେଇ ଦେଏ ଥାଆନ୍ତି l ଏଥିପ୍ରତି ସଜାଗ ରହିବା ମଧ୍ୟ ହିନ୍ଦୁ ଧର୍ମର ଆବଶ୍ୟକ l

*ବସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଧନ ବୃଦ୍ଧିର ସଙ୍କେତ ଦେଉଥିବା ଗଛ ବୋଲି କୁହାଯାଏ l ମାନ୍ୟତା ରହିଛିଯେ ଘରେ ଯଦି ମନିପ୍ଲାଣ୍ଟ ସବୁଜ ଓ ସତେଜ ରୁହେ ତେବେ ସୁଖ ଓ ସମୃଦ୍ଧି ଘରକୁ ଆସିଥାଏ l ମନିପ୍ଲାଣ୍ଟ ଶୁଖିଯିବା ଦ୍ୱାରା ଏଥିରେ ବାଧକ ସୃଷ୍ଟି ହୁଏ l ସବୁବେଳେ ଧ୍ୟାନ ରଖିବେଯେ ମନିପ୍ଲାଣ୍ଟ ଯେପରି ଉପର ଆଡକୁ ବଢିବା ଆବଶ୍ୟକ l

*ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ l ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ l ଏହି ଗଛଟି ଶୁଭ ଓ ମଙ୍ଗଳ ମୟ ହୋଇଥିବାରୁ ଏହାକୁ ବିଶେଷ କରି ମନ୍ଦିରରେ ଲଗାଯାଇଥାଏ l ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ l ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ l

Show More

Related Articles

Back to top button