ଓଡ଼ିଶାସ୍ୱତନ୍ତ୍ର

ଏଣିକି ହାତୀଙ୍କ ଗତିବିଧି ଉପରେ ନଜର ରଖିବ ଥର୍ମାଲ ଡ୍ରୋନ୍

ଗତ କିଛିଦିନ ହେବ ହାତୀଙ୍କ ମୃତ୍ୟୁ ପାଇଁ ବଦନାମ୍ ମୁଣ୍ଡାଉଛି କେନ୍ଦୁଝର ଜିଲ୍ଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଛି ଥର୍ମାଲ ଡ୍ରୋନ୍ । ଏଣିକି ଏହି ଡ୍ରୋନ ହାତୀଙ୍କ ଗତିବିଧି ଉପରେ ନଜର ରଖିବ ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍‌ର ଚମକପୁରରେ ଏହାର ବ୍ୟବହାର କରାଯାଇଛି। ଏହି ଥର୍ମାଲ ଡ୍ରୋନ୍‌ ରାତିରେ ମଧ୍ୟ ୧୦୦ ମିଟର ଉଚ୍ଚତାରେ ରହି ହାତୀଙ୍କ ଗତିବିଧି ସମ୍ପର୍କରେ‌ ସୂଚନା ଦେବ। ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଶରୀର ତାପମାତ୍ରା ମଧ୍ୟ ଜଣାଇଦେବ। ଫଳରେ ହାତୀପଲ ଏବଂ ଅନ୍ୟ ବନ୍ୟଜନ୍ତୁମାନେ କେଉଁଠି ଓ କିପରି ଅଛନ୍ତି ତାହା ଜାଣିହେବ। ବନ ବିଭାଗ କର୍ମଚାରୀ ହାତୀ ସଂଖ୍ୟା ନେଇ ଦେଉଥିବା ଦୈନଦିନ ରିପୋର୍ଟରେ ତାଳମେଳ ରହୁନଥିବାରୁ ଏହା ଅନେକାଂଶରେ ସହାୟକ ହେବ ବୋଲି ଡିଏଫ୍‌ଓ ଏଚ୍‌ଡି ଧନରାଜ ସୂଚନା ଦେଇଛନ୍ତି ।

 

Show More

Related Articles

Back to top button