ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ମୁହାଁମୁହିଁ ଧକ୍କା ହେଲେ ସ୍କର୍ପିଓ ଓ ଭର୍ଣ୍ଣା କାର୍, ୪ ମୃତ

ଲକ୍ଷ୍ନୌ: ମୁହାଁମୁହିଁ ଧକ୍କା ହେଲେ ସ୍କର୍ପିଓ ଓ ଭର୍ଣ୍ଣା କାର୍। ଘଟଣାସ୍ଥଳରେ ହିଁ  ୪ ଜଣଙ୍କ ମୃତ୍ୟୁ। ଉତ୍ତରପ୍ରଦେଶର ହମିରପୁର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେରେ ଘଟିଛି ଏଭଳି କିଛି ଭୟଙ୍କର ଦୁର୍ଘଟଣା।

ଆଜି ସକାଳେ ବୁନ୍ଦେଲଖଣ୍ଡ ଜାତୀୟ ରାଜପଥରେ ସ୍କର୍ପିଓ କାର୍ ଓ ଅନ୍ୟ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଭର୍ଣ୍ଣା କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍ ଓଲଟି ପଡିବା ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ୨ ଜଣ ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ପୁଲିସ ସୂଚନା ଅନୁସାରେ, ଫତେହପୁର ଜିଲ୍ଲାର ହରିହରଗଞ୍ଜ ବାସିନ୍ଦା ଦୀପକ ମିଶ୍ରା ନିଜ ପଡୋଶୀ ଆଶିଷ କୁମାର, ଭାଉଜ ଓ ତାଙ୍କ ମା’ ଏବଂ ପଞ୍ଚାୟତ ସଚିବଙ୍କୁ ନେଇ ସ୍କର୍ପିଓ ଗାଡ଼ିଟି ମଧ୍ୟପ୍ରଦେଶର ପିତାମ୍ବର ମହାରାଣୀଙ୍କ ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେରେ ହଠାତ୍ ସାମ୍ନା ପଟୁ ଦ୍ରୁତ ଗତିରେ ଏକ ଭର୍ଣ୍ଣା କାର୍ ଆସି ତାଙ୍କ ସ୍କର୍ପିଓକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ଓଲିଟି ପଡିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

Show More

Related Articles

Back to top button