ଓଡ଼ିଶାପାଣିପାଗ

ପାଗରେ ହେବ ପରିବର୍ତ୍ତନ,ରାଜ୍ୟରେ ଆସନ୍ତା ୨ଦିନ ମଧ୍ୟରେ ସାମାନ୍ୟ କମିପାରେ ଶୀତ

ପାଗରେ ହେବ ପରିବର୍ତ୍ତନ । ଶୀତରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର ୭ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେଣୁ ଆସନ୍ତା ୨ଦିନ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ଫଳରେ ବର୍ତ୍ତମାନ ଅପେକ୍ଷା କମ୍ ଥଣ୍ଡା ଅନୁଭୂତ ହେବ ।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରବିବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ । ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

ଅନ୍ୟପଟେ ଶନିବାର ସର୍ବନିମ୍ନ ୧୧ ଡିଗ୍ରୀ ରହିଥିଲା ବୌଦ୍ଧ ଓ କେନ୍ଦୁଝରରେ ତାପମାତ୍ରା । ସେହିପରି ଦାରିଙ୍ଗବାଡ଼ି ୧୨, ନବରଙ୍ଗପୁର ୧୩ ଡିଗ୍ରୀ ଥିଲା ।

Show More

Related Articles

Back to top button