ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଦେଶରେ ଲମ୍ପି ଭାଇରସ୍ କୁ ନେଇ ଆତଙ୍କ ସୃଷ୍ଟି

ଦେଶରେ ବିଭିନ୍ନ ପ୍ରକାର ସଂକ୍ରମଣ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଦେଶରେ ଲମ୍ପି ଭାଇରସ୍ କୁ ନେଇ ଆତଙ୍କ ସୃଷ୍ଟି ହେଲାଣି । ଦେଶର ୫ଟି ରାଜ୍ୟରୁ ହଜାର ହଜାର ଗାଈ ଏହି ରୋଗରେ ପୀଡ଼ିତ ହେଲେଣି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ । ରାଜସ୍ଥାନର ୧୧ ଜିଲ୍ଲାରେ ଭୟଙ୍କର ରୂପ ନେଲାଣି ଏହି ଭାଇରସ୍ । ଏଠାରେ ଗାଈଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

 କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ,  ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ ବାରଣ କରାଯାଇଛି । ସେହିପରି କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ କହିବା ମୁତାବକ, ଆକ୍ରାନ୍ତ ଗାଈଙ୍କଠାରୁ ଅନ୍ୟ ଗାଈଙ୍କୁ ଦୂରେଇ ରଖାଯାଉ । ଏବଂ ଏହାସହ ସୁସ୍ଥ ପଶୁଙ୍କ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦିଷ୍ଟ ପୃଥକ ବାସ ସ୍ଥାନ ନିର୍ମାଣ କରି ଚିକିତ୍ସା ଏବଂ ଯତ୍ନ ନେବା ଉଚିତ୍ , ଏପରି କରାଗଲେ ସଂକ୍ରମଣକୁ ଅନେକାଂଶରେ ରୋକି ହେବ ।

 

Show More

Related Articles

Back to top button