ମୁଖ୍ୟ ଖବର

ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍

କନ୍ଦେଇଲାଣି ତୈଳ ଦର । ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି । ସେହି ହିସାବରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ୧୦୮.୧୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍‌ ଦର ରହିଛି ୧୦୪.୭୦ ଟଙ୍କା । ଗତକାଲି ରାଜଧାନୀରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ୧୦୭.୮୪ ଟଙ୍କା ଥିଲାବେଳେ ଡିଜେଲ୍‌ ଦର ଥିଲା ୧୦୪.୩୬ ଟଙ୍କା । ପ୍ରାପ୍ତ ସୂଚନା ଅନୁସାରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୦୭.୨୪ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଟ. ୯୫.୯୭ ବିକ୍ରି ହେଉଛି ।

ମୁମ୍ବାଇରେ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୧୩.୧୨ ଥିବା ବେଳେ ଡିଜେଲ୍‌ ଟ. ୧୦୪/- ରହିଛି । ସେହିପରି, ଚେନ୍ନାଇରେ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୦୪.୨୨ ଥିବା ବେଳେ ଡିଜେଲ୍‌ ଟ. ୧୦୦.୨୫ ରହିଛି । କୋଲକାତାରେ ମଧ୍ୟ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୦୭.୭୮ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ବିକ୍ରି ହେଉଛି ଟ. ୯୯. ୦୮ ରହିଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବଢ଼ି ଚାଲିଥିବା ଇନ୍ଧନ ମୂଲ୍ୟ ଶୀଘ୍ର ହ୍ରାସ ପାଇବାର ସମ୍ଭାବନା ନାହିଁ । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍‌ ପିଛା ଅଶୋଧିତ ତୈଳ ଦର ୯୦ ଡଲାର୍‌ରେ ବିକ୍ରୟ ହେଉଛି । ତୈଳ ଚାହିଦା ଓ ଯୋଗାଣ ସମସ୍ୟା ସଂକ୍ରାନ୍ତରେ ସରକାର କେତେକ ତୈଳ ଆମଦାନିକାରୀ କମ୍ପାନିମାନଙ୍କ ସହ ଆଲୋଚନା ଚଳାଇଥିଲେ ମଧ୍ୟ ତୁରନ୍ତ ଆଶ୍ୱସ୍ତି ମିଳିବାର ଆଶା ନାହିଁ ।

Show More

Related Articles

Back to top button