Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କାଳବୈଶାଖୀ ଆଶଙ୍କା, ପାଣିପାଗ ବିଭାଗ ପକ୍ଷରୁ ଆର୍ଲଟ ଜାରୀ

ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି ପାରଦ । ଗତ କିଛିଦିନ ଧରି ରାଜ୍ୟର ଅଧା ସହରରେ ତାପମାତ୍ରା ୪୦ ଡିଗ୍ରି ରହୁଥିବା ବେଳେ ଏଥିରେ ସାମାନ୍ୟ ପରିବର୍ତନ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶନିବାର ମାତ୍ର ୪ ସହରର ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି।

ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି ପାରଦ । ଗତ କିଛିଦିନ ଧରି ରାଜ୍ୟର ଅଧା ସହରରେ ତାପମାତ୍ରା ୪୦ ଡିଗ୍ରି ରହୁଥିବା ବେଳେ ଏଥିରେ ସାମାନ୍ୟ ପରିବର୍ତନ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶନିବାର ମାତ୍ର ୪ ସହରର ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରି ଠାରେ ୪୦.୫ ଡିଗ୍ରି ରେକର୍ଡ ହୋଇଥିବା ବେ‌ଳେ ସୁନ୍ଦରଗଡ଼, ବଲାଙ୍ଗୀର ଓ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଶନିବାର ରାଜଧାନୀ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ ହୋଇଛି। ରବିବାର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇ ୩୫ ଡିଗ୍ରିକୁ ଖସିଯିବ। ଆଜି ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି ଖସିବ ବୋଲି ଅନୁମା‌ନ କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟର ରାଜ୍ୟର ଆଉ କିଛି ଅଞ୍ଚଳର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବ। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମା‌ଳ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ଏହି ୧୪ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ଓ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀର କୌଣସି ସମ୍ଭାବନା ନଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button