Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ କରୋନା ପଜେଟିଭ ରୋଗୀ ଚିହ୍ନଟ

ରାଜ୍ୟରେ ଆଉ ୪୭୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୪୭୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬, ସମ୍ବଲପୁରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୫, ପୁରୀରୁ ୧୪, ଗଞ୍ଜାମରୁ ୧୨, ଯାଜପୁରରୁ ୧୧, ଅନୁଗୁଳରୁ ୧୦, ଷ୍ଟେଟପୁଲରୁ ୯, ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକରୁ ୬, ବରଗଡ଼ରୁ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ସୋନପୁର, ଗଜପତି, କେନ୍ଦ୍ରାପଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩ହଜାର ୮୫ ।

Show More

Related Articles

Back to top button