ଦେଶସ୍ୱତନ୍ତ୍ର

ଦେଶରେ ଲମ୍ପି ଚର୍ମ ରୋଗକୁ ନେଇ ବଢୁଛି ଆତଙ୍କ

ଦେଶରେ ଲମ୍ପି ଚର୍ମ ରୋଗକୁ ନେଇ ବଢୁଛି ଆତଙ୍କ । ବିଶେଷ କରି ଗୃହପାଳିତ ପଶୁପକ୍ଷୀଙ୍କଠାରେ ଏହି ରୋଗ ଦେଖିବାକୁ ମିଳୁଛି ।  ଫଳରେ ଗାଇ ଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ବର୍ତ୍ତମାନ ଆତଙ୍କ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଚଳିତବର୍ଷ ଭାରତରେ ଲମ୍ପି ଚର୍ମରୋଗରେ ଦେଢ଼ଲକ୍ଷରୁ ଅଧିକ ଗୋରୁଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। କେବଳ ରାଜସ୍ଥାନରେ ୭୫,୮୧୯ ଗୋରୁଙ୍କ ଜୀବନ ଏହି ରୋଗରେ ଯାଇଥିବା ରାଜ୍ୟସଭାରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।

ଲମ୍ପି ଚର୍ମରୋଗରେ ମହାରାଷ୍ଟ୍ରରେ ୨୪,୪୩୦, ପଞ୍ଜାବରେ ୧୭,୯୩୨, କର୍ଣ୍ଣାଟକରେ ୧୨,୨୪୪, ହିମାଚଳ ପ୍ରଦେଶରେ ୧୦,୬୮୧ ଓ ଗୁଜରାଟରେ ୬,୧୯୩ଟି ଗୋରୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସମୟରେ ଏହି ରୋଗ ନିୟନ୍ତ୍ରଣରେ ରହିଛି ଏବଂ ଗୋରୁଙ୍କ ଟିକାକରଣ ଚାଲିଥିବା ସରକାରଙ୍କ ତରଫରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଗୋରୁଙ୍କୁ ଟିକା ଦିଆଯାଇଥିବା ନେଇ ସରକାରଙ୍କ ତରଫରୁ କୁହାଯାଇଛି।

 

Show More

Related Articles

Back to top button