Breaking PLUSଦେଶମୁଖ୍ୟ ଖବର

ପ୍ରାଣ ପ୍ରତିଷ୍ଠାରେ ଅତିଥିଙ୍କୁ ସ୍ୱତନ୍ତ୍ର ଡବାରେ ଦିଆଯିବ ଥେପଲା ପରଟା, ପୁରୀ, ଗାଜର ମଟର ବିନ୍ସ ତରକାରୀ

ଅଯୋଧ୍ୟା- ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଆସିଥିବା ନିମନ୍ତ୍ରିତ ଅତିଥିଙ୍କୁ ଆଜି ସ୍ୱତନ୍ତ୍ର ଡବାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରସାଦ ପ୍ରଦାନ କରାଯିବ । ଭୋଜନ ପ୍ରସାଦରେ ବାଦାମ ବର୍ଫି, ମଟର କଚୁଡି, ଦୁଇଟି ଥପେଲା ପରଟା, ଦୁଇଟି ପୁରୀ, ଗାଜର ମଟର ଓ ବିନ୍ସ ତରକରୀ, କଞ୍ଚାଲଙ୍କା ଓ ଆମ୍ବ ଆଚାର ଦିଆଯିବ । ଅତିଥିଙ୍କ ଭୋଜନକୁ ସୋମବାର ସକାଳେ 4ଟି ଗାଡିରେ ପ୍ରାଣ ପ୍ରତିଷ୍ଠା ସମାରୋହ ସ୍ଥଳକୁ ପଠାଇ ଦିଆଯାଇଛି ।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ନିମନ୍ତ୍ରିତ ଅତିଥିଙ୍କୁ ଦିଆଯାଇଥିବା ଏହି ଖାସ ଭୋଜନକୁ ଶିବଦୟାଲ ଜାୟସୱାଲ ସରସ୍ୱତୀ ବିଦ୍ୟା ମନ୍ଦିର ଇଣ୍ଟର କଲେଜ ତୁଳସୀନଗର ଅଯେଧ୍ୟାଧାମରେ ପ୍ରସ୍ତୁତ କରାଯାଇଛି । ଭୋଜନ ପ୍ରସାଦ ପାଇଁ ଦଶହଜାର ପ୍ୟାକେଟ ତିଆରି କରାଯାଇଛି ।

Show More

Related Articles

Back to top button