
ବଣାଇଁ: ସ୍କୁଟି ଉପରେ ସୁଇସାଇଡ ନୋଟ ରଖି ନରେନ୍ଦ୍ର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ । ଖବର ପାଇ ବଣାଇଁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କର୍ଯ୍ୟ ଆରମ୍ଭ କରିଥିଲେ। ନଦୀକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛଛି। ଘଟଣାସ୍ଥଳରେ ବଣାଇଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଯୁବତୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ ନେଇ ତଦନ୍ତ କରୁଛି ପୋଲିସ।