ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପୋଲିସ ନାଁରେ ହତ୍ୟା ମାମଲା ରୁଜୁ: ପୋଲିସ ଗୁଳିମାଡରେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ପୋଲିସ ନାଁରେ ରୁଜୁ ହେଲା ହତ୍ୟା ମାମଲା। ଗୁଳିମାଡରେ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ହତ୍ୟା ମମଲାରେ ଫସିଛି ପୁଲିସ। ଉତ୍ତରପ୍ରଦେଶରେ ଘଟିଛି ଏଭଳି ଏକ ଘଟଣା। ଉତ୍ତରାଖଣ୍ଡର ଜଣେ ଖଣି ମାଫିଆଙ୍କୁ ଧରିବା ପାଇଁ ମୁରାଦାବାଦ ପୁଲିସ ଜସପୁରରେ ଚଢ଼ାଉ କରିଥିଲା। ଏହି ସମୟରେ ମାଫିଆ ଓ ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ଜଣ ପୁଲିସ ଗୁରୁତର ହେବା ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣକ ବିଜେପି ନେତା ଗୁରୁତାଜ୍ ବୁଲାର୍‌ଙ୍କ ପତ୍ନୀ ଗୁରୁପ୍ରୀତ କୌର। ପୁଲିସ ଗୁଳିରେ ହିଁ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏପରିକି ଉତ୍ତରାଖଣ୍ଡରେ ୟୁପି ପୁଲିସ୍ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏ ନେଇ ମୋରାଦାବାଦ୍‌ର ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ‘ଜାଫର୍ ହେଉଛି ଜଣେ ଏପରି ଅପରାଧୀ, ଯାହାକୁ ଧରିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା। ସେ ଭରତପୁର ଗାଁରୁ ଖସି ପଳାଇବା ପରେ ପୁଲିସ୍ ଖୋଜିବା ଆରମ୍ଭ କରିଥିଲା। ଆମ ପୁଲିସ୍ ଟିମ୍‌‌ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ଧକ ରଖି ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଆଯାଇଥିଲା। ଟିମ୍‌ରୁ ୫ ଜଣ ପୁଲିସ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୨ ଜଣ ନିଖୋଜ ଅଛନ୍ତି।

Show More

Related Articles

Back to top button