ଦେଶ ବିଦେଶପାଣିପାଗ

ପାକିସ୍ତାନରେ ବନ୍ୟାର ଭୟଙ୍କର ରୂପ,ମୃତ୍ୟୁ ସଂଖ୍ୟା ୯୩୭କୁ ବୃଦ୍ଧି

ପାକିସ୍ତାନରେ ବନ୍ୟାର ଭୟଙ୍କର ରୂପ । ମୌସୁମିଜନିତ ବର୍ଷା ଯୋଗୁଁ ପାକିସ୍ଥାନରେ  ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୯୩୭ ଜଣଙ୍କ ମ଼ତ୍ୟୁ ହୋଇଥିବାବେଳେ ୩ କୋଟି ଲୋକ ବାସହୀନ ହୋଇପଡ଼ିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୩୪୩ ଜଣ ଶିଶୁ ଥିବା ସୂଚନା ମିଳିଛି ।

ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହା ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ  ଦକ୍ଷିଣ ପାକିସ୍ତାନରେ ଥିବା ସିନ୍ଧ ପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଜୁନ ୧୪ରୁ ଏପର୍ଯ୍ୟନ୍ତ କେବଳ ଏହି ପ୍ରଦେଶରେ ମୃତ୍ୟୁସଂଖ୍ୟା ୩୦୬ରେ ପହଞ୍ଚିଛି । ଏହି ପ୍ରଦେଶର ୨୩ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ବେଲୁଚିସ୍ତାନରେ ୨୩୪ ଜଣ, ଖ୍ୱାଇବର ପଖତୁନଖ୍ୱାବାରେ ୧୮୫ ଜଣ ଓ ପଞ୍ଜାବରେ ୧୬୫ ଜଣ ପ୍ରାଣ ହରାଇଛନ୍ତି । ପିଓକେରେ ୩୭ ଜଣ ମୃତ୍ୟୁବରଣ କରିଛନ୍ତି ।

ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନଡିଏମଏର ସୂଚନା ଅନୁସାରେ, ଅଗଷ୍ଟ ମାସରେ ପାକିସ୍ତାନରେ ସାଧାରଣତଃ ୪୮ ମିଲିମିଟର ବର୍ଷା ହୋଇଥାଏ କିନ୍ତୁ ଚଳିତ ବର୍ଷ ୧୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

 

Show More

Related Articles

Back to top button