ଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ଜି ଉଦୟଗିରି ଥାନାରେ କାର୍ଯ୍ୟରତ ଥିବା ମହିଳା ଏସ.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: ଜି ଉଦୟଗିରି ଥାନାରେ କାର୍ଯ୍ୟରତ ଥିବା ମହିଳା ଏସ.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ୱାଗତିକା ବେହେରା । ସରକାରୀ ବାସଭବନରୁ ଜି ଉଦୟଗିରି ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାରୁ ଏ ନେଇ ଥାନା ଅଧିକାରୀ କିମ୍ବା ଅନ୍ୟ କୌଣସି ପଦାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସ୍ୱାଗତିକାଙ୍କ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଞ୍ଚିବା ପରେ ଶବବ୍ୟବଚ୍ଛେଦ କରାଯିବ। ପରେ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button