Breaking PLUSଓଡ଼ିଶାବିଧାନସଭା

ଆରମ୍ଭ ହୋଇଯାଇଛି ବିଧାନସଭାର ଶୀତକାଳୀନ ଅଧିବେଶନ

ଅପରାହ୍ନରେ ଆଗତ ହେବ ପ୍ରଥମ ଅତିରିକ୍ତ ବଜେଟ୍

ଆଜିଠାରୁ ଆରମ୍ଭ ହୋଇଯାଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରଖାଯାଇଛି । ଏହା ସହିତ ଗୃହ ସମ୍ପୂର୍ଣ୍ଣ କୋଭିଡ କଟକଣାରେ ପରିଚାଳିତ ହେବ ।

ଆଜି ଅପରାହ୍ନ ୫ଟାରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ । ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ଅତିରିକ୍ତ ବିଜେଟ୍ ଗୃହୀତ କରାଯିବ । ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ସରକାରୀ କାର୍ଯ୍ୟଦିବସ ରଖାଯାଇଛି । ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ବେସରକାରୀ କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖରେ ରବିବାର ଏବଂ ୨୫ ତାରିଖରେ ବଡ଼ ଦିନ ପାଇଁ ଗୃହ କାର୍ଯ୍ୟ ହେବ ନାହିଁ । ଡିସେମ୍ୱର ୧ ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗୃହରେ ନିୟମିତ ଭାବେ ଉଭୟ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ ।

ଠିକ୍ ସେହିଭଳି ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀଦଳ ତରଫରୁ ଆଗତ କରାଯାଇପାରିବ । ବିଧାନସଭା ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି । ଚଳିତ ବର୍ଷ ବଜେଟ୍ ଓ ମୌସୁମୀ ଅଧିବେଶନ ମୋଟ୍ ୩୪ଟି କାର୍ଯ୍ୟଦିବସ ସରିଛି । ତେଣୁ ଶୀତ ଅଧିବେଶନରେ ଆଉ ୨୬ ଦିନ ଗୃହ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

Show More

Related Articles

Back to top button