Breaking PLUSଖେଳମୁଖ୍ୟ ଖବର

ବଦଳିବନି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସୂଚୀ, ଭାରତୀୟ କ୍ରିକେଟ୍ ଦଳ ପାଇଁ ସ୍ଥାପନ କରାଯିବ ‘ସୁରକ୍ଷିତ ଜୈବ ବଳୟ’

ନିକଟରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି କରୋନାର ମାରାତ୍ମକ ପ୍ରଜାତି ଓମିକ୍ରନ୍ । ଯାହାକୁ ନେଇ ଏବେ ସମଗ୍ର ବିଶ୍ୱ ଆତଙ୍କିତ । ହେଲେ ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତାବିତ ଦକ୍ଷିଣ ଆଫ୍ରିକା ଗସ୍ତ ସୂଚୀ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ । ଗତକାଲି ଏହି ସୂଚନା ଦେଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ।

ସେ ମଧ୍ୟ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ସ୍ଥାପନ କରିବାକୁ ଯାଉଥିବା ଜୈବ ବଳୟ ଭିତରେ ଭାରତୀୟ ଖେଳାଳିମାନେ ସଂପୂର୍ଣ୍ଣ ସୁରକ୍ଷିତ ରହିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ଡିସେମ୍ବର ୧୭ ତାରିଖରୁ ଜୋହାନେସବର୍ଗରେ ଖେଳାଯିବାର ଅଛି । ଏଥିଲାଗି ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ୍‌ର ପରେ ପରେ ଭାରତୀୟ ଖେଳାଳିମାନେ ସେହିଠାରୁ ହିଁ ସ୍ୱତନ୍ତ୍ର ବିମାନ ଯୋଗେ ଜୋହାନେସବର୍ଗ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଖେଳାଳିମାନେ ଡିସେମ୍ବର ୯ କିମ୍ବା ୧୦ ତାରିଖରେ ଯାତ୍ରା ଆରମ୍ଭ କରିପାରନ୍ତି ।

”ଆମେ ସେମାନଙ୍କ (ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ) ସହିତ ଅଛୁ । ହେଲେ ଖେଳାଳିଙ୍କ ସୁରକ୍ଷା ସହ ଆମେ କୌଣସି ସାଲିସ କରିବୁ ନାହିଁ । ଏବେ ସୁଦ୍ଧା ଭାରତୀୟ ଦଳର ଗସ୍ତସୂଚୀରେ କୌଣସି ପରିବର୍ତ୍ତନ ହୋଇନି । ଖେଳାଳିମା‌ନେ କିନ୍ତୁ ଜୈବ ବଳୟ ଭିତରେ ରହିବେ । ଯେ କୌଣସି ପ୍ରକାର ସମ୍ଭାବ୍ୟ ପରିବର୍ତ୍ତନ ନେଇ ଆମେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ସଂପର୍କରେ ରହିଛୁ । ଶୃଙ୍ଖଳା ବଞ୍ଚାଇବା ଲାଗି ଯାହା କିଛି କରିବାକୁ ହେବ ଆମେ କରିବୁ । ଶେଷରେ ସରକାରଙ୍କ ପରାମର୍ଶକୁ ହିଁ ଆଗ୍ରାଧିକାର ଦେବୁ” ବୋଲି ଏକ ସାକ୍ଷାତକାରରେ ଧୂମଲ କହିଛନ୍ତି ।

Show More

Related Articles

Back to top button