ଓଡ଼ିଶା
ଡିସେମ୍ବର ୭ରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ

ଡିସେମ୍ବର ୭ରୁ ସଂସଦରେ ଆରମ୍ଭ ହେବ ୨୦୨୨ର ଶୀତକାଳୀନ ଅଧିବେଶନ । ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଏହି ଅଧିବେଶନ ୨୩ ଦିନ ଧରି ଚାଲିବାକୁ ଥିବାବେଳେ ,ଏଥିରେ ସମୁଦାୟ ୧୭ଟି ବୈଠକ ବସିବ। ଅମୃତକାଳ ଚାଲିଥିବା ବେଳେ ଏହି ଅଧିବେଶନରେ ଆଇନ ପ୍ରସ୍ତୁତି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନାହୋଇପାରେ।
ସୂଚନାଯୋଗ୍ୟ, ଚଳିତ ଶୀତକାଳୀନ ଅଧିବେଶନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ପରିଚାଳନା କରିବେ।