ଓଡ଼ିଶା

ଟ୍ୱିଟର ପାଇଁ ନୂଆ ନୀତି ଲାଗୁ କଲେ ଏଲନ ମସ୍କ

ଟ୍ୱିଟରରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରୁଛନ୍ତି ଏଲନ ମସ୍କ । ପୂର୍ବରୁ ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରିଥିବା ବେଳେ ବର୍ତ୍ତମାନ ଟ୍ୱିଟର ପାଇଁ ନୂଆ ନୀତି ଲାଗୁ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏଥିରେ ନୂଆ ରୂପ ଦେବାକୁ ପ୍ରୟାସ ଚଳାଇଛନ୍ତି । ଯାହାଫଳରେ ସେ ଟ୍ୱିଟରରେ ଥିବା ଗୋଟିଏ ପରେ ଗୋଟିଏ ନିୟମ ପରିବର୍ତ୍ତନ କରୁଛନ୍ତି । ତେବେ ଏହା ପୂର୍ବରୁ ଏଲନ ମସ୍କ ବହୁ କର୍ମଚାରୀଙ୍କୁ ତାଙ୍କ କମ୍ପାନୀରୁ ଛଟେଇ କରିଥିବା ବେଳେ ବ୍ଲୁ ଟିକ୍ ପାଇଁ ମଧ୍ୟ ନୂଆ ନିୟମ ଜାରୀ କରିଛନ୍ତି ।

ଏଲନଙ୍କ କହିବା ଅନୁଯାୟୀ ମିଛ ଖବରକୁ ପ୍ରୋସାହିତ କରୁଥିବା ମନ୍ତବ୍ୟକୁ ଟ୍ୱିଟର ଗ୍ରହଣ କରିବ ନାହିଁ କିମ୍ବା ତାଙ୍କ ବିଜ୍ଞାପନକୁ ନେବ ନାହିଁ । ତେବେ ଏହି ନିୟମ ଆକାଉଣ୍ଟ ଉପରେ ନୁହେଁ,ବରଂ  ବ୍ୟକ୍ତିଗତ ଟ୍ୱିଟ୍ ଉପରେ ଲାଗୁ ହେବ ।

Show More

Related Articles

Back to top button