ଦେଶବ୍ୟକ୍ତିତ୍ୱସେଲିବ୍ରିଟିସ୍ୱତନ୍ତ୍ର

୨୦୨୨ମିସ୍ ଇଣ୍ଡିଆ ୱାର୍ଲ୍ଡର ବିଜେତା ହେଲେ କର୍ଣ୍ଣାଟକର ସିନି ଶେଟ୍ଟି

ମୁମ୍ବାଇ: ଗତ ୩ ତାରିଖରେ ଆୟୋଜିତ ହୋଇଥିବା VLCC ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ବିଜେତା ହୋଇଛନ୍ତି କର୍ଣ୍ଣାଟକର ସିନି ଶେଟ୍ଟି । ୩୧ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ପିନ୍ଧିଲେ ସିନି । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଇଭେଣ୍ଟରେ ରାଜସ୍ଥାନର ରୁବଲ୍ ଶେଖାୱାତ୍ ଫେମିନା ମିସ୍ ଇଣ୍ଡିଆ ୨୦୨୨ ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ଶିନାତା ଚୌହାନଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ଭାବରେ ଘୋଷିତ କରାଯାଇଥିଲା ।

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟିଙ୍କୁ ମାତ୍ର ୨୧ ବର୍ଷ ବୟସ । ସେ ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ , ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି । ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ରେ ଜଜ୍‌ ଭାବରେ ନେହା ଧୁପିଆ, ମଲାଇକା ଆରୋରା, ଡିନୋ ମୋରା, ଶିଆମାକ୍‌ ଡାଭର, ଡିଜାଇନର୍ ରୋହିତ ଗାନ୍ଧୀ ଓ ରାହୁଲ ଖାନ୍ନା ଏବଂ ପୂର୍ବତନ କ୍ରିକେଟର ମିତାଲି ରାଜ୍‌ ଅଂଶ ଗ୍ରହଣ କରିଥିଲେ । ୩୧ଟି ରାଜ୍ୟର ବିଜେତାଙ୍କୁ ସର୍ଟଲିଷ୍ଟରେ ଚୟନ କରାଯିବା ସହିତ ଶେଷରେ ଏହାର ବିଜେତା ଚୟନ ହୋଇଥିବା ଜୁରି ମାନେ କହିଛନ୍ତି ।

Show More

Related Articles

Back to top button