ଓଡ଼ିଶାଦୁର୍ଘଟଣା

ବାଇକ୍ କୁ ଧକ୍କା ଦେଲା ଟ୍ରକ୍,ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ

ବାଇକ୍ କୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ନିକଟ କ୍ରିଷ୍ଣା ଗାଁ ଛକରେ ।

ସୂଚନା ଅନୁଯାୟୀ, କୋମନା ନିକଟ କ୍ରିଷ୍ଣା ଗାଁ ଛକରେ ଆସୁଥିବା ବେଳେ ବାଇକ୍ କୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ୍ ଯାହାଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡ଼ିକାଲରେ ପ୍ରାଣ ହରାଇଛନ୍ତି । ଏବଂ ଆଉଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ତେବେ ସବୁଠାରୁ ବଡ଼ କଥା ହେଉଛି ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି । ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ୍ ଡ଼୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

Show More

Related Articles

Back to top button