ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହାତ

ଜଳେଶ୍ୱର : ନିଆଁରେ ପୋଡ଼ି ହୋଇ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ସାର୍ଥା ତରଡ଼ାବୁଧିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା। ତାଙ୍କୁ ୨୧ ବର୍ଷ ହୋଇଥିଲା। ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ରିନା ଓ ଶିବାନନ୍ଦ ରାତିରେ ଶୋଇଥିଲେ। ବିଳମ୍ବିତ ରାତିରେ ଶିବାନନ୍ଦଙ୍କ ନିଦ ଭାଙ୍ଗିଯିବାରୁ ଦେଖିଲାବେଳକୁ ରିନାଙ୍କ ଦେହରେ ନିଆଁ ଲାଗିଯାଇଛି।ଶିବାନନ୍ଦ ଦୌଡ଼ି ଆସି ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ରିନାଙ୍କୁ ମୃତଘୋଷଣା କରିଥିଲେ। ଶିବାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ରିନାଙ୍କ ଦେହରେ କିପରି ନିଆଁ ଲାଗିଲା, ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ କି ତାର କାରଣ ସ୍ପଷ୍ଟ ହୋଇନାହିଁ। ପାରିବାରିକ କଳହ ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଏ ଘଟଣାର ତଦନ୍ତ ଚଳାଇଛି।

Show More

Related Articles

Back to top button