ଓଡ଼ିଶାସ୍ୱତନ୍ତ୍ର

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ । ବିଶେଷ କରି ପ୍ରଥନେ ପୂର୍ବ ଷୋଷଣା ଅନୁଯାୟୀ ଦମନ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବାକୁ ମୋହର ମାରିଛି କ୍ୟାବିନେଟ୍‌ ।

ସେହିପରି ଅନ୍ୟସବୁ ପ୍ରସ୍ତାବ ମଧ୍ୟରେ ରହିଛି ନୂଆ ବୟନ ଶିଳ୍ପ ନୀତି, ଓଡିଶା କାରଖାନା ନିଯୁକ୍ତ ସଂଶୋଧନ ସର୍ତ୍ତାବଳୀ , ନୂଆ ପର୍ଯ୍ୟଟନ ନୀତି, ଓଡିଶା ଲଜିଷ୍ଟିକ୍‌ ପଲିସି-୨୦୨୨, ଭେହିକିଲ୍ ସ୍କାପ୍‌ ପଲିସି, ନୂଆ ଖାଦ୍ୟ ପ୍ରକ୍ରିୟାକରଣ ନୀତି, ନୂଆ ରପ୍ତାନୀ ନୀତି, ନୂଆ ଶିଳ୍ପ ନୀତି, ବିଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ପାଇଁ ୨ଟି ପ୍ରସ୍ତାବ ରହିଛି ।

ଅନ୍ୟପଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିବା ବେସାମରିକ ବିମାନ ଚଳାଚଳ ନୀତିକୁ ବି କ୍ୟାବିନେଟ୍‌ ମୋହର ମାରିଛି । ଏହି ନୀତି ଓଡିଶାରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହିତ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ ।

Show More

Related Articles

Back to top button