Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ଶୀତ ପ୍ରଭାବ

ଜାଡରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଲଗାତାର ଭାବେ ପାରଦ ହ୍ରାସ ପାଇବାରେ ଲାଗିଛି ଓ ଶୀତ ବଢିବାରେ ଲାଗିଛି। ଶୀତ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୨୪ ଘଣ୍ଟାରେ ସୋନପୁର ୭.୬ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ।

ଘନ କୁହୁଡ଼ି ନେଇ ୮ଟି ଜିଲ୍ଲା ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଅନୁଗୁଳ ଓ ଢେଙ୍କାନାଳ। ଏଥିସହ ରାଜ୍ୟର ବାକି କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ବି ପଡ଼ିବ ବୋଲି ବିଭାଗ ସୂଚନା ଦେଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ କୁହୁଡ଼ି ପାଇଁ ପାଗ ଉପଯୋଗୀ ରହୁଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳବର୍ତୀ ଓଡ଼ିଶା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି।

Show More

Related Articles

Back to top button