ଓଡ଼ିଶାପାଣିପାଗ

ପାଗରେ ଆସିବ ପରିବର୍ତ୍ତନ,ବିଶେଷ ବଡ଼ ଧରଣର ବର୍ଷା ସମ୍ଭାବନା କମ୍

ଏଣିକି ରାଜ୍ୟରେ ଶୁଖିଲା ରହିବ ପାଗ । ବର୍ଷା କମି ପାଗରେ ଆସିବ ପରିବର୍ତ୍ତନ । ସେହିପରି କୌଣସି ଜିଲ୍ଲାରେ ବିଶେଷ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ ।

ତେବେ ବାଲେଶ୍ୱର ଉପର ଦେଇ ପୂର୍ବ-ପୂର୍ବ ଦିଗରେ ଏବଂ ପରେ ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଦେଇ ଗତି କରୁଛି ମୌସୁମୀ ଟ୍ରଫ୍‌ ଲାଇନ୍‌ ଯୋଗୁଁ ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବରଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ଗଜପତି ପ୍ରଭୃତି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ମଧ୍ୟାହ୍ନ ପର ଠାରୁ ବିଳମ୍ବିତ ରାତି ମଧ୍ୟରେ କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କଟକର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨୮ ତାରିଖ ପରେ ପୁଣି ବର୍ଷା ନେଇ ସୂଚନା ରହିଛି ।

Show More

Related Articles

Back to top button