Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଲା ୟୁଜିସି

ମହାମାରୀ କରୋନା କାଳରେ ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ୟୁଜିସି । ୟୁଜିସି ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ ।

ମହାମାରୀ କରୋନା କାଳରେ ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ୟୁଜିସି । ୟୁଜିସି ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ।

କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଘୋଷଣା କରିବା ଆବଶ୍ୟକ ବୋଲି ଗାଇଡ୍ ଲାଇନ୍‌ରେ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇ ସମ୍ଭବ ହେଲେ ହଷ୍ଟେଲ ଖୋଲାଯାଇ ପାରେ ବୋଲି ୟୁଜିସି କହିଛି । ସେହିପରି ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରମାନଙ୍କୁ ‘ ଆରୋଗ୍ୟ ସେତୁ ଆପ୍’ ମଧ୍ୟ ଡାଉନଲୋଡ୍ କରିବା ବାଧ୍ୟ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କୁରାଯାଇଛି ।

Show More

Related Articles

Back to top button