Breaking PLUSଓଡ଼ିଶାମୁଖ୍ୟ ଖବର

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍

ଚାରି ଦିନର ଆଲୋଚନା ପରେ ମଙ୍ଗଳବାର ବିରୋଧୀ ଦଳ ସଦସ୍ୟଙ୍କ ପ୍ରତିବାଦ ମଧ୍ୟରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବାଚନିକ ଭୋଟରେ ଗୃହୀତ ହୋଇଛି ।

ଚାରି ଦିନର ଆଲୋଚନା ପରେ ମଙ୍ଗଳବାର ବିରୋଧୀ ଦଳ ସଦସ୍ୟଙ୍କ ପ୍ରତିବାଦ ମଧ୍ୟରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବାଚନିକ ଭୋଟରେ ଗୃହୀତ ହୋଇଛି ।

ଏହି ବିଲ୍ ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱୟଂଶାସନ କ୍ଷମତା ଛଡ଼ାଇ ନିଆଯାଉଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରାଯିବାକୁ ବିରୋଧୀ ଦଳ ଗୁଡ଼ିକ ଦାବି କରି ଆସୁଥିଲେ । ତେଣୁ ବିଲକୁ ବିରୋଧ କରି ବିଜେପି ସଦସ୍ୟମାନେ ଗୃହରେ ଆଲୋଚନାରେ ଆଜି ଅଂଶ ଗ୍ରହଣ କରି ନାହନ୍ତି ।

ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଜିର ଦିନଟି ଅମାବାସ୍ୟାର ଦିନ । ଏହା ଏକ କଳା ଆଇନ ଏବଂ ଆଜି କଳା ଦିବସ ।ବିଧାନସଭାରେ ଆଜି ସମ୍ପୂର୍ଣ୍ଣ ହଟ୍ଟଗୋଳ ଚାଲିଥିଲା । ବାଚସ୍ପତି କ’ଣ କହୁଥିଲେ କାହାରିକୁ ଶୁଭାଯାଉନଥିଲା । ଏଭଳି ସ୍ଥିତିରେ ବିଲ୍ ଗୃହୀତ ହେବା ଦୁର୍ଭାଗ୍ୟଜନକ ।

ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଗୃହ ବାହାରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ଆଇନ ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ନୁହେଁ । ବହୁ ରାଜ୍ୟରେ ଏହି ବ୍ୟବସ୍ଥା ରହିଛି । ପରିଚାଳନା ଓ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଏହି ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button