Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କେନ୍ଦ୍ର ମନ୍ତ୍ରୀଙ୍କ ନୂଆ ବିକଳ୍ପ ଫ୍ଲେକ୍ସ ଫୁଏଲରେ ଚାଲିବ ଗାଡି

ଏଣିକି ଆଉ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଚିନ୍ତା କରିବାକୁ ପଡ଼ିବନି।

ଗାଡ଼ି ଚଳାକଙ୍କ ପାଇଁ ବେଶ୍ ଖୁସି ଖବର। ଆଉ ଚିନ୍ତାରେ ରହିବେନି ଗାଡି ଚଳାକମାନେ । ଆସୁଛି ପେଟ୍ରୋଲ ଡିଜେଲର ବିକଳ୍ପ। ଏଣିକି ଆଉ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଚିନ୍ତା କରିବାକୁ ପଡ଼ିବନି। ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ୍‌ ଦରକୁ ଦୃଷ୍ଟିରେ ରଖି ଏବେ ନୂଆ ବିକଳ୍ପ ଆଣୁଛନ୍ତି ସରକାର। ଏବେ ନୂଆ ଇନ୍ଧନ ଫ୍ଲେକ୍ସ ଫୁଏଲ୍‌ରେ ଚାଲିବ ଗାଡ଼ି। ଏଭଳି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ନିକଟରେ ଗଡ଼କରୀ କହିଛନ୍ତି, ଆସନ୍ତା ୬ ମାସ ଭିତରେ ଅଟୋ ମୋବାଇଲ କମ୍ପାନୀ ଫ୍ଲେକ୍ସ ଫୁଏଲ୍‌ ବାହନ ତିଆରି କରିବା ଆରମ୍ଭ କରିଦେବେ। ଏଥିପାଇଁ କମ୍ପାନୀ ମୁଖ୍ୟଙ୍କ ସହ ସେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ କମ୍ପାନୀର ପ୍ରମୁଖମାନେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଦେଶରେ ମାତ୍ର ହାତ ଗଣତି ଦିନ କେଇଟା ଭିତରେ ଫ୍ଲେକ୍ସ ଫୁଏଲ୍‌ ଗାଡ଼ି ଗଡ଼ିବ। ତେବେ ଖୁସିର କଥା ହେଉଛି ଟିଭିଏସ୍‌ ମୋଟର ଓ ବଜାଜ୍‌ ଅଟୋ ପ୍ରମୁଖ କମ୍ପାନୀ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ପାଇଁ ଫ୍ଲେକ୍ସ ଫୁଏଲ ଇଞ୍ଜିନ୍‌ ତିଆରି କରିବା ଆରମ୍ଭ କରି ଦେଇଛନ୍ତି। ଆଗକୁ କମ୍ପାନୀ ଚାରି ଚକିଆ ଗାଡ଼ି ପାଇଁ ମଧ୍ୟ ଏହି ଅତ୍ୟାଧୁନିକ ଇଞ୍ଜିନ୍‌ ତିଆରି କରିବା ନେଇ ଯୋଜନା କରୁଛି। ଏହି ଇଞ୍ଜିନ୍‌ ଆସିବା ପରେ ଗାଡିଚଳାକଙ୍କୁ ଆଉ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବନି କି ତେଲ ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଇଟି ଗ୍ଲୋବାଲ ବିଜନେସ୍‌ ସମିଟ୍‌କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବା ଅବସରରେ ଗଡ଼କରୀ କହିଛନ୍ତି, ସରକାର ସାର୍ବଜନୀନ ପରିବହନକୁ ୧୦୦ ପ୍ରତିଶତ ସ୍ୱଚ୍ଛ ଉର୍ଜା ସ୍ରୋତରେ ଚଲାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ କାମ ବି ଆରମ୍ଭ ହୋଇସାରିଲାଣି। କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁସାରେ, ଫ୍ଲେକ୍ସ ଫୁଏଲ ଇଞ୍ଜିନ୍‌ ଏକାଧିକ ଇନ୍ଧନରେ ଚାଲିପାରିବ। ଏହା ଗ୍ୟାସୋଲିନ୍‌ ଓ ମିଥାନଲ୍‌ କିମ୍ବା ଇଥାନଲ୍‌ର ମିଶ୍ରଣରେ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ।

 

Show More

Related Articles

Back to top button