ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ : ଘାଟିରୁ ୩୦ ଫୁଟ୍‌ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍ । ଖସିବା ପରେ ଟ୍ରକଟି ଜଳିଯାଇଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଠାରେ । ଦୁଃଘଟଣାରୁ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗାଡିରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁଯାୟୀ, ଆଜି ପ୍ରାତଃ ସମୟରେ ଏକ ମାଛ ବୋଝେଇ ଟ୍ରକ୍‌ଟି ଆନ୍ଧ୍ରରୁ ମାଛ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବଡ଼ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା । ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ଜଳିବାକୁ ଲାଗିଥିଲା । ଡ୍ରାଇଭର ଓ ହେଲପର ନିଆଁ ଲାଗିଯାଇଥିବା ଦେଖି ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। , ସୌଭାଗ୍ୟ ବଶଃତ ସେମାନଙ୍କର କୌଣସି କ୍ଷତି ହୋଇନାହିଁ  । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button