ଦୁର୍ଘଟଣାଦେଶ

ବସକୁ ଧକ୍କା ଦେଲା ଟ୍ରକ୍,୬ଜଣଙ୍କ ମୃତ୍ୟୁ ୧୫ଗୁରୁତର

ବସକୁ ଧକ୍କା ଦେଲା ଟ୍ରକ୍ । ଏଭି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି ଗୁଜରାଟର ଭଦୋଦରାରେ ଜାତୀୟ ରାଜପଥ କପୁରାଇ ବ୍ରିଜ ନିକଟରେ  । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଭଦୋଦରା ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ବସ ଡ୍ରାଇଭରଙ୍କ ସମେତ ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

Show More

Related Articles

Back to top button