ଓଡ଼ିଶାପାଣିପାଗ

ବାତ୍ୟା ପାଇଁ ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଲେ ସରକାର

ବାତ୍ୟା ପାଇଁ ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଲେ ସରକାର । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲରୁ ଭିନ୍ନଭିନ୍ନ ତଥ୍ୟ ମିଳୁଛି ।  ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହାକୁ ଦୃଷ୍ଟିରେ ରଖି ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ପ୍ରଥମେ ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବାର ସମ୍ଭାବନା ରହିଛି । ଏହା ପରେ ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ତେବେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।’

ଦିନକୁ ଦିନ ବାତ୍ୟା ସମ୍ଭାବନା ବୃଦ୍ଧି ପାଉଥିବାରୁ ସରକାର ଆଜି ଅପରାହ୍ନରେ ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ଅଧକ୍ଷତା କରିବେ ଏସଆରସି । ତେବେ ସଜାଗ ଆଉ ସଚେତନ ରହିବା ପାଇଁ ବୈଠକରେ ଆଲୋଚନା ହେବ । ତେଣୁ ଆଜି ଅପରାହ୍ନ ୪ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ ।ସରକାରଙ୍କୁ ସଜାଗ ରହିବା ପାଇଁ କହିଲେ ରାଜସ୍ୱ ବିଭାଗ । ଏହା ସହିତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି ।

Show More

Related Articles

Back to top button