ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରେଲର,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରେଲର । ଏଭଳି ଏକ ଦୂର୍ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଏନ୍ଏଚ୍-୨୬ର ବିଜାଖମାନ ନିକଟରେ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡାକ୍ତର । ଟ୍ରେଲରଟି ଅଧା ରାସ୍ତା ଉପରେ ଓ ଅଧା ତଳକୁ ଖସି ରହିବା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଛି ଅନେକ ଯାନବାହାନ।

ଟ୍ରେଲରଟି ବିଶାଖାପାଟଣାରୁ ରାୟଗଡ ଅଭିମୁଖେ ଯାଉଥିଲା।

ଡ୍ରାଇଭରଙ୍କ କହିବା ମୁତାବକ,ଗତକାଲି ଟ୍ରେଲରଟି ବିଶାଖାପାଟଣାରୁ ରାୟଗଡା ଅଭିମୁଖେ ଯାଉଥିବା ସମୟରେ ସନ୍ଧ୍ୟାରେ ନୋଏଣ୍ଟ୍ରି ଲାଗିଥିବାରୁ ଟ୍ରେଲରଟି ବିଜାଖମାନ ନିକଟ ରାସ୍ତା କଡରେ ଠିଆ ହୋଇଥିଲା। ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ। ହଠାତ ଟ୍ରେଲରଟି ହଲିବାକୁ ଲାଗିଲା। ଡ୍ରାଇଭର ଗେଟ୍ ଖୋଲି ଦେଖିଲା ବେଳକୁ ତିନିଜଣ ଯୁବକ ଆସି ଠେଲାପେଲା କରୁଥିଲେ। ଭୟଭୀତ ହୋଇ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିଥିଲେ। ଯୁବକମାନେ ଡ୍ରାଇଭରଙ୍କ ସହ ଟଣା ଓଟରା କରିଥିଲେ। ଗାଡ଼ିର ଗିୟର ଲାଗି ଯାଇଥିଲା। ଡ୍ରାଇଭର ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଚାଲି ଯାଇଥିଲା। ଏଥିରୁ ଅଳ୍ପକେ ବଞ୍ଚି ଯାଇଥିଲେ ଡ୍ରାଇଭର।

ଅନ୍ୟପଟେ ଖବର ପାଇ ଘଟଣା ସ୍ଥଳରେ ସୋମବାର ତହସିଲଦାର ଅମୃତ ଲାଲ ବେହେରା ଓ ପୁଲିସ ପହଞ୍ଚି ରାସ୍ତା ଉପରୁ ଗାଡ଼ିକୁ ହଟାଇବାର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି। ସେହିପରି ଛୋଟ ଛୋଟ ଗାଡିଗୁଡିକୁ ଛଡା ଯାଉଥିବା ବେଳେ ଭାରିଯାନ ଯାତାୟତରେ ସମସ୍ୟା ହୋଇଥିଲା। ଜାତୀୟ ରାଜପଥ-୨୬ର ଉଭୟ ପାର୍ଶ୍ବରେ ୨କିଲୋମିଟର ଯାଏଁ ଗାଡିଗୁଡିକ ଅଟକି ରହିଥିଲା।

ସହରବାସୀଙ୍କ କହିବା କଥା ଯେ, ବାଏପାସ୍ ରାସ୍ତା ନଥିବା ଯୋଗୁଁ ସହର ମଧ୍ୟକୁ ନୋ ଏଣ୍ଟ୍ରି ରହୁଛି। ଫଳରେ ଶହ ଶହ ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇ ରହୁଛି। ରାସ୍ତା ଜାମ ହେବା ସହ ଏଭଳି ଦୁର୍ଘଟଣାର ସାମ୍ନା କରିବାକୁ ପଡୁଛି ।

Show More

Related Articles

Back to top button