ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ପୁଣି ବଢିଲା ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ଅବଧି

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆହୁରି ୧୪ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଏକ ସ୍ୱତନ୍ତ୍ର ଅଦାଲତ ସଞ୍ଜୟଙ୍କ ହାଜତ ଅବଧିକୁ ବୃଦ୍ଧି କରିଛନ୍ତି। ସଞ୍ଜୟଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ ପରେ ତାଙ୍କ ହାଜତ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ପାତ୍ରା ଚାୱଲା ଦୁର୍ନୀତି ମାମଲାରେ  ୬୦ ବର୍ଷୀୟ ସଞ୍ଜୟଙ୍କୁ ଗତ ଅଗଷ୍ଟ ୧ ତାରିଖରେ ଇଡି ଗିରଫ କରିଥିଲା। ଗତସପ୍ତାହରେ ଇଡି ସଞ୍ଜୟଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଥିଲା। ଏହା ପରେ ସଞ୍ଜୟ ଜାମିନ ପାଇଁ ସ୍ୱତନ୍ତ୍ର ଅଦାଲତକୁ ଯାଇଥିଲେ। କିନ୍ତୁ ସେଠାରେ ସଞ୍ଜୟଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କର ଆହୁରି ହାଜତ ମିଆଦକୁ ବଢ଼େଇ ଦିଆଯାଇଛି। ଗତ ଶୁକ୍ରବାର ମଧ୍ୟ ହୋଇଥିବା ଜାମିନ ଆବେଦନକୁ ବିରୋଧ କରିଥିଲା ଇଡି। ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ ପରଦା ପଛରେ ରହି ସବୁ କିଛି କରୁଥିଲେ। ଦୁର୍ନୀତି ବଳରେ ମିଳିଥିବା ୧୦୩୪ କୋଟି ଟଙ୍କା ମଧ୍ୟରୁ ସଞ୍ଜୟ ରାଉତ ୩.୨ କୋଟି ଟଙ୍କା ଖର୍ଚ୍ଚ କରି ମଉଜ କରିଥିବା ଇଡି କୋର୍ଟଙ୍କୁ ଅବଗତ କରାଇଛି। ସଞ୍ଜୟ ରାଉତ ମୁମ୍ବାଇରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଜାମିନ ଆବେନ କରିଥିଲେ। ଏହାକୁ ବିରୋଧ କରି ଇଡି ନିଜର ପକ୍ଷ ଦାଖଲ କରିଛି। ତଦନ୍ତକାରୀ ସଂସ୍ଥା ଇଡି ଶୁକ୍ରବାର ଦାଖଲ କରିଥିବା ଜବାବରେ କହିଥିଲା ଯେ ସଞ୍ଜୟ ରାଉତ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଓ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।

 

Show More

Related Articles

Back to top button