Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
ଆଜି ସୁପ୍ରିମକୋର୍ଟରେ ହେବ ପରୀ ହତ୍ୟାକାଣ୍ଡର ଶୁଣାଣି
ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ବିଚାରପତି ଏଏମ୍ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ।

ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ବିଚାରପତି ଏଏମ୍ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ। ଗତ ମାସ ୨୨ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀ ପରୀଙ୍କ ମାଆଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୧୧, ୨୦୨୦ର ଆଦେଶ ବିରୋଧରେ ଏସ୍ଏଲ୍ପି ଦାଖଲ କରିବା ପାଇଁ କହିବା ପରେ ପରୀ ମାଆଙ୍କ ଓକିଲଙ୍କ ପକ୍ଷରୁ ଏଥି ପାଇଁ ସମୟ ଲୋଡ଼ିଥିଲେ। ଏହା ପରେ ପରୀ ମାଆଙ୍କ ପକ୍ଷରୁ କୌଣସି ପ୍ରକାର ନଥିପତ୍ର ସୁପ୍ରିମକୋର୍ଟରେ ଦାଖଲ କରାଯାଇନାହିଁ।