Breaking PLUSଓଡ଼ିଶାମୁଖ୍ୟ ଖବର

ଆସୁଛି ବାତ୍ୟା ୟଶ୍, ବଙ୍ଗୋପସାଗର ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍

ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନର ମଡେଲକୁ ଦେଖି ବିଭିନ୍ନ ପାଣିପାଗ ସଂସ୍ଥା ବାତ୍ୟା ପୂର୍ବନୁମାନ କରୁଛନ୍ତି । ବର୍ତ୍ତମାନ ସମୁଦ୍ର ଭିତରେ ତାପମାତ୍ରା ସୁହାଉଛି । ଫଳରେ ଲଘୁଚାପ ଡିପ୍ରେସନ ଓ ପରେ ବାତ୍ୟାର ରୂପ ନେବ ବୋଲି ବିଶେଷଜ୍ଞ କହୁଛନ୍ତି ।

ଆସନ୍ତା ୨୩-୨୪ ତାରିଖ ଭିତରେ ବାତ୍ୟା ସମ୍ଭାବନା ରହିଛି । ବାତ୍ୟା ହେଲେ ନାଁ ରହିବ ୟଶ । ଏହା ବଙ୍ଗୋପସାଗର ଉପକୂଳର ପଶ୍ଚିମବଙ୍ଗ ଅନ୍ତର୍ଗତ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଜ୍ଞାନୀ ।

ତେବେ ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ କରି ନାହିଁ ଭାରତୀୟ ପାଣିପାଗ ବିଭାଗ । ପରିସ୍ଥିତି ଓ ଗତିବିଧି ଉପରେ ନଜର ରଖାଯାଇଛି । ଆଗକୁ ଲଘୁଚାପ ଡିପ୍ରେସନ ହେବା ପରେ ସ୍ଥିତି ସ୍ପଷ୍ଟ ହେବ । ଗତବର୍ଷ ମେ ମାସରେ ଆସିଥିଲା ବାତ୍ୟା ଅମ୍ଫନ । ପଶ୍ଚିମବଙ୍ଗରେ ହିଟ୍ କରିଥିଲା । ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେ ପୁଣି ଥରେ ମେ ମାସରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ମୁଣ୍ଡ ଟେକିଛି ।

Show More

Related Articles

Back to top button