ଓଡ଼ିଶା

ଆସୁଛି ବାତ୍ୟା

୨୬ରେ ଉପକୂଳ ମହାଁଇବ, ୨୫ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବଙ୍ଗୋପସାଗରରେ ବାତ୍ୟା ଆସୁଛି, ଏହା ମେ’ ୨୬ରେ ଉପକୂଳ ମୁହାଁଇବ। ମେ’ ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ। ସେହିପରି ମେ’ ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର। ବାତ୍ୟାରେ ପରିଣତ ହୋଇ ଏହାର ଉତ୍ତର ପଶ୍ଚିମ ଦିଗରେ ଆଗେଇବ। ବର୍ତ୍ତମାନ ଆକଳନ ଅନୁଯାୟୀ ମେ’ ୨୬ତାରିଖ ସକାଳେ ଉପକୂଳ ମୁହାଁଇବ।ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ଅନୁମାନ କରାଯାଉଛି।

କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ନେଇ ସଠିକ ଆକଳନ କରାଯିବ। ତେବେ ଓଡ଼ିଶା ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ। ମେ’ ୨୫ ତାରିଖ ସନ୍ଧ୍ୟାରୁ ଉପକୂଳରେ ବର୍ଷା ଆରମ୍ଭ ହେବ। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ସେହିପରି ମେ’ ୨୧ରୁ ୨୪ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବାକୁ ବାରଣ କରାଯାଇଥିବାବେଳେ ମେ’ ୨୪ରୁ ୨୭ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପ ସାଗରକୁ ଯିବାକୁ ମନା କରାଯାଇଛି ବୋଲି ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Show More

Related Articles

Back to top button