Breaking PLUSଓଡ଼ିଶାଦେଶବିଧାନସଭାମୁଖ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଥିବାରୁ ୧୦ଟା ସମୟରେ ବୈଠକ ଡକାଯାଇଛି। ଅଧିବେଶନ ଜାରି ରହିଥିବାରୁ କାର୍ଯ୍ୟସୂଚୀ ତଥା ଏଜେଣ୍ଡା ସମ୍ପର୍କରେ ସାର୍ବଜନୀନ କରାଯାଇନାହିଁ। କରୋନା କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ବୈଠକ ହେବାର ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଆଭାସୀ ମାଧ୍ୟମରେ ଯୋଡି ହେବେ ବୋଲି ସୂଚନା ରହିଛି । ମନ୍ତ୍ରୀମାନେ ନିଜ ଅଫିସ କିମ୍ବା ଲୋକସେବା ଭବନରୁ ଆଭାସୀ ମାଧ୍ୟମ ଜରିଆରେ ଯୋଡି ହେବେ। ସେହିପରି ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରୁ ଯୋଡି ହେବେ ବୋଲି ଜଣାପଡ଼ିଛି। ବିଧାନସଭା ଜାରି ରହିଥିବାରୁ ମଙ୍ଗଳବାର କ୍ୟାବିନେଟ୍‍ ବୈଠକ ପରେ ଗଣମାଧ୍ୟମକୁ ମଧ୍ୟ ଆନୁଷ୍ଠାନିକ ଭାବେ ଅବଗତ କରାଯିବ ନାହିଁ ବୋଲି ସୂଚନାମିଳିଛି ।

Show More

Related Articles

Back to top button