Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

କେନ୍ଦ୍ର କ୍ରୀଡା ମନ୍ତ୍ରୀ ଉନ୍ମୋଚନ କଲେ ସାଇର ନୂଆ ଲୋଗୋ

କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ)ର ନୂଆ ଲୋଗ ଉନ୍ମୋଚନ କରିଛନ୍ତି । ଗତକାଲି କ୍ରୀଡା ମନ୍ତ୍ରୀ ଏହି ଲୋଗ ଉନ୍ମୋଚନ କରିଥିଲେ।

କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ)ର ନୂଆ ଲୋଗ ଉନ୍ମୋଚନ କରିଛନ୍ତି । ଗତକାଲି କ୍ରୀଡା ମନ୍ତ୍ରୀ ଏହି ଲୋଗ ଉନ୍ମୋଚନ କରିଥିଲେ। ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଡାଡିୟମରେ ଆୟୋଜିତ ଏକ ନିରାଡମ୍ବର ଉତ୍ସ‌ବରେ ଲୋଗ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ସାଇ ମହାସଚିବ ସନ୍ଦୀପ ପ୍ରଧାନ, ଭାରତୀୟ ଅଲମ୍ପିକ ସଙ୍ଘର ସଭାପତି ନରିନ୍ଦର ବାତ୍ରା, କ୍ରିଡା ସଚିବ ରବି ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ। 1982 ମସିହା ପରେ ପ୍ରଥମ ଥର ପାଇଁ ‘ସାଇ’ର ଲୋଗ ଉନ୍ମୋଚନ ହୋଇଛି। ନୂଆ ଲୋଗରେ ସଫଳତା ପାଇଁ ଲଢୁଥିବା ଜଣେ ଆଥଲେଟଙ୍କ ଚିତ୍ର ପ୍ରଦତ୍ତ ଅଛି। ନୂଆ ଲୋଗଟି ଗାଢ କଳା ରଙ୍ଗର ଅକ୍ଷରରେ ‘ସାଇ’କୁ ପ୍ରଦର୍ଶିତ କରିଛି।

Show More

Related Articles

Back to top button