ଅପରାଧଆଇନ କାନୁନଦୁର୍ଘଟଣା

ପୁଅ-ବୋହୂ ମିଶି ମା’ଙ୍କୁ ହତ୍ୟା କରି ମନ୍ଦିର ନିକଟରେ ମୃତହେଦକୁ ଫିଙ୍ଗି ଦେଲେ

ବୁଲନ୍ଦସହର : କଳୀଯୁଗର ନୃଶଂସ ପୁଅ-ବୋହୂ ମିଶି ମା’ଙ୍କୁ ହତ୍ୟା କରି ମନ୍ଦିର ନିକଟରେ ମୃତହେଦକୁ ଫିଙ୍ଗି ଦେଇଛନ୍ତି । ଏହିଭଳି ଏକ ଜଘନ୍ୟ କାମରେ ବୋହୂଙ୍କର ଭାଇ ମଧ୍ୟ ସାମିଲ ଅଛନ୍ତି। ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦସହର ଅଞ୍ଚଳର ଖୁର୍ଜା ନଗରରେ । କୁହାଯାଉଛି ଯେ ସଂପତ୍ତିକୁ ନେଇ ଏହିଭଳି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ କୌଣସି ଏକ ଓଜନିଆ ଅସ୍ତ୍ରରେ ବରିଷ୍ଠ ମହିଳାଙ୍କୁ ହତ୍ୟା କରିଦିଆଯାଇଛି । ଏହା ପରେ ମୃତଦେହକୁ ଏକ ଚାଦରରେ ବାନ୍ଧି ଗାଁ ମନ୍ଦିର ନିକଟରେ ଫିଙ୍ଗି ଦିଆଯାଇଛି । ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତକ ମହିଳାଙ୍କ ସାନପୁଅ ନିଜର ଭାଇ ଓ ଭାଉଜଙ୍କ ଉପରେ ହତ୍ୟା ସନ୍ଦେହ କରିଥିଲା । ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରି ପଚରାଉଚରା କଲା ବେଳେ ତୃତୀୟ ଅଭିଯୁକ୍ତର ନାଁ ସାମ୍ନାକୁ ଆସିଥିଲା । ମୃତ ମହିଳାଙ୍କ ଝିଅମାନେ ପୁଲିସକୁ କହିଛନ୍ତି ଯେ, ସଂପତ୍ତିକୁ ଆଧାର କରି ଅଭିଯୁକ୍ତ ଭାଇ ପୂର୍ବରୁ ମଧ୍ୟ ମା’ଙ୍କୁ ଆକ୍ରମଣ କରିଥିଲା । ତିନିଟି ଘର ଓ ଦୋକାନ ବରିଷ୍ଠ ମହିଳାଙ୍କ ନାଁରେ ଥିଲା, ଯାହାକୁ ନେଇ ବିବାଦ ଉପୁଜିଥିଲା ।

Show More

Related Articles

Back to top button