Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ, ଲକ୍‌ଡାଉନ୍‌ ନେଇ ହୋଇପାରେ ଘୋଷଣା

ମହାରାଷ୍ଟ୍ରରେ ଲଗାତାର ବଢ଼ିଚାଲିଛ କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି। ତେବେ ଏପ୍ରିଲ ୧୪ ପରେ ଲକଡାଉନ୍ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଲକଡାଉନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ।

ଗତକାଲି ବସିଥିବା ବୈଠକରେ ଟାସ୍କ ଫୋର୍ସ ଲକଡାଉନ୍ ଛଡ଼ା ବିକଳ୍ପ ନାହିଁ ବୋଲି କୁହାଯାଇଥିଲା। ବୈଠକରେ ୧୪ ଦିନିଆ ଲକଡାଉନ୍ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ, ଉଦ୍ଧବ ଠାକରେ ୮ ଦିନିଆ ଲକଡାଉନ୍ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ କରାଯାଇଛି। ମୁମ୍ବାଇ, ପୁନେ, ଔରଙ୍ଗାବାଦ୍‌ ଏବଂ ନାଗପୁର ସମେତ ବିଭିନ୍ନ ପ୍ରମୁଖ ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩ ହଜାର ୨୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩୪୯ ଜଣଙ୍କର ମୃତ୍ୟୁ ହୋଇଛି।

Tags
Show More

Related Articles

Back to top button
Close