Breaking PLUSଦେଶ ବିଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀଙ୍କୁ କରୋନା, ଭର୍ଚୁଆଲରେ ହେବ ଶୁଣାଣି

ଦେଶର ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସୁପ୍ରିମକୋର୍ଟର ବହୁ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହାପରେ ବିଚାରପତିମାନେ ଘରୁ ଭର୍ଚୁଆଲରେ ଶୁଣାଣି କରିବେ । ଘରୁ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ପରିସର ସହ ବିଭିନ୍ନ କୋର୍ଟ ରୁମକୁ ସାନିଟାଇଜ୍ କରାଯାଉଛି ।

କୋର୍ଟ ରୁମକୁ ବିଶୋଧନୀକରଣ କରାଯାଉଥିବାରୁ ଆଜି ବସିବାକୁ ଥିବା ଖଣ୍ଡପୀଠଗୁଡ଼ିକର ଏକ ଘଣ୍ଟା ବିଳମ୍ବ ହୋଇପାରେ । ସାଢ଼େ ୧୦ଟାରେ ବସିବାକୁ ଥିବା ବେଞ୍ଚ ସାଢ଼େ ୧୧ଟା ଓ ୧୧ଟାରେ ବସିବାକୁ ଥିବା ବେଞ୍ଚ ୧୨ଟାରେ ଆରମ୍ଭ ହେବ ।

କୁହାଯାଉଛି ସୁପ୍ରିମକୋର୍ଟର ପାଖାପାଖି ୫୦ ପ୍ରତିଶତ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନାର ପ୍ରଥମ ଲହରି ବେଳେ ସୁପ୍ରିମକୋର୍ଟଙ୍କ ୬ ଜଣ ବିଚାରପତି ସଂକ୍ରମିତ ହୋଇଥିଲେ । ଏବେ ଅଧିକାଂଶ କର୍ମଚାରୀ ପଜିଟିଭ୍ ବାହାରିଥିବାରୁ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Show More

Related Articles

Back to top button