Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ବିଗବସକୁ ପଛରେ ପକାଇ ଟିଆରପି ଲିଷ୍ଟରେ ଏକ ନମ୍ୱର ସ୍ଥାନ ହାସଲ କଲା ଧାରାବାହିକ ‘ଅନୁପମା’

TRP ରେ ଭଲ ରେଟିଂ ପାଇବା ପାଇଁ ସମସ୍ତ ଟିଭି ଶୋ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା | ଏଭଳି ପରିସ୍ଥିତିରେ ସଲମାନ ଖାନଙ୍କ ସୋ ବିଗ୍ ବସ୍ ପ୍ରାୟ ସବୁ ସମୟରେ ଟିଆରପି ଲିଷ୍ଟରେ ଏକ ନମ୍ୱର ସ୍ଥାନରେ ରହିଥାଏ । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଗବସ ଶୋ ସେତେ ପ୍ରଭାବଶାଳୀ ହୋଇପାରିନାହିଁ | 

TRP ରେ ଭଲ ରେଟିଂ ପାଇବା ପାଇଁ ସମସ୍ତ ଟିଭି ଶୋ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା | ଏଭଳି ପରିସ୍ଥିତିରେ ସଲମାନ ଖାନଙ୍କ ସୋ ବିଗ୍ ବସ୍ ପ୍ରାୟ ସବୁ ସମୟରେ ଟିଆରପି ଲିଷ୍ଟରେ ଏକ ନମ୍ୱର ସ୍ଥାନରେ ରହିଥାଏ । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଗବସ ଶୋ ସେତେ ପ୍ରଭାବଶାଳୀ ହୋଇପାରିନାହିଁ | ଏଥର ଟିଆରପି ତାଲିକାରେ ବିଗ୍ ବସ୍ ବହୁତ ଖରାପ ସ୍ଥିତିରେ ଅଛି । ଟିଆରପି ମୂଲ୍ୟାୟନ ଅନୁଯାୟୀ, ବିଗ୍ ବସ୍ 14 ଏପର୍ଯ୍ୟନ୍ତ ଶ୍ରେଷ୍ଠ 5 ରେ ମଧ୍ୟ ସ୍ଥାନ ପାଇ ନାହିଁ । ବରଂ ଛୋଟ ପରଦାର ଚର୍ଚ୍ଚିତ ତାରକା ରୁପାଲି ଗାଙ୍ଗୁଲି ଷ୍ଟାରର୍ ସୋ ‘ଅନୁପମା’ ବର୍ତ୍ତମାନ ଟିଆରପି ଲିଷ୍ଟରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ।

ଟିଆରପିରେ ଭଲ ରେଟିଂ ପାଇବା ପାଇଁ ବିଗବସ୍ ର ପ୍ରତିଯୋଗୀ ଏବଂ ବିଗ୍ ବସ୍ ନିର୍ମାତାମାନେ ଭିନ୍ନ ଭିନ୍ନ ପ୍ରୟାସ ଏବଂ କୌଶଳ ଜାରି ରଖିଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ସାବ୍ୟସ୍ତ ହୋଇପାରିନାହିଁ | ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟିଭି କଳାକାର ରୁପାଲି ଗାଙ୍ଗୁଲିଙ୍କ ଅଭିନୀତ ‘ଅନୁପମା’ ଶୀର୍ଷ ସ୍ଥାନରେ ରହି ଧୀରଜ ଧୂପରଙ୍କ ସୋ ‘କୁଣ୍ଡଲି ଭାଗ୍ୟ’ କୁ ପଛରେ ପକାଇ ଦେଇଛି ।

ଏହା ସହିତ ରିପୋର୍ଟରେ କୁହାଯାଇଛି ଯେ ‘ଅନୁପମା’ ବର୍ତ୍ତମାନ ଏକ ନମ୍ବରରେ ରହିଛି । ଦ୍ୱିତୀୟରେ ରହିଛି ‘କୁଣ୍ଡଲି ଭାଗ୍ୟ’ | ତୃତୀୟ ସ୍ଥାନରେ ‘କୁମକୁମ ଭାଗ୍ୟ’ ଏବଂ ଚତୁର୍ଥ ସ୍ଥାନରେ ‘ଛୋଟି ସର୍ଦ୍ଦାରଣି’ ରହିଛି । ଏବଂ ପଞ୍ଚମ ସ୍ଥାନରେ ରହିଛି ‘ତାରକ ମେହେଟ୍ଟା କା ଓଲଟା ଚାଶମା’ | ଏଥିରୁ ଜଣାପଡୁଛି ଯେ ଟିଆରପି ଲିଷ୍ଟର ଟପ୍ 5 ରେ ସାମିଲ ହେବାପାଇଁ ବିଗ୍ ବସ୍ 14 ର ପ୍ରତିଯୋଗୀମାନଙ୍କୁ ଆଗକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ | ବିଶେଷ କରି ଯେତେବେଳେକି ବିଗବସ୍ ର ଚର୍ଚ୍ଚିତ ତାରକା ସିଦ୍ଧାର୍ଥ ଶୁକ୍ଲା, ଗୌହର ଖାନ ଏବଂ ହିନା ଖାନ ବର୍ତ୍ତମାନ ଶୋ’ରୁ ଓହରି ସାରିଲେଣି | ଏହି ସିନିୟର ମାନଙ୍କ ଓହରିବା ପରେ ବର୍ତ୍ତମାନ ଶୋ’ର ଟିଆରପି ଆହୁରି ଖସିପାରେ ବୋଲି ବିଶ୍ୱାସ କରାଯାଉଛି  ।

Show More

Related Articles

Back to top button