Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ହୃଦଘାତରେ ଶିକାରହେଲେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ୍, ଦିଲ୍ଲୀର ଏକ ଡାକ୍ତରଖାନାରେ କରାଗଲା ଆଞ୍ଜିଓପ୍ଲାଷ୍ଟି

ଭାରତୀୟ ଦଳର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଶୁକ୍ରବାର ଦିନ ହୃଦଘାତରେ ଶିକାର ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ରିପୋର୍ଟରେ କୁହାଯାଇଛି ଯେ କପିଲ ଦେବଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି

ଭାରତୀୟ ଦଳର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଶୁକ୍ରବାର ଦିନ ହୃଦଘାତରେ ଶିକାର ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ରିପୋର୍ଟରେ କୁହାଯାଇଛି ଯେ କପିଲ ଦେବଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ସେ ବିପଦରୁ ବାହାରିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି । କପିଲ ଦେବଙ୍କ ଅସୁସ୍ଥତା ଖବର ଜଣା ପଡିବା ପରେ ସୋସିଆଲ ମିଡିଆରେ ତାଙ୍କ ଆଶୁଆରୋଗ୍ୟ କାମନା କରି ଲୋକମାନେ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ଯେ, 1983 ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ ଜିତିଥିଲା । ଭାରତର ଏବଂ ବିଶ୍ୱ କ୍ରିକେଟ ଇତିହାସରେ କପିଲ ଦେବ ଜଣେ ମହାନ କ୍ରିକେଟ ଅଲରାଉଣ୍ଡର ଭାବେ ପରିଚୟ ଲାଭ କରିଛନ୍ତି ।

Show More

Related Articles

Back to top button