ଦେଶ ବିଦେଶମୁଖ୍ୟ ଖବରରାଜନୀତି

୬ଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଆଜି ପ୍ରକାଶ ପାଇବ ଫଳାଫଳ, ଆରମ୍ଭ ହୋଇଛି ଭୋଟ୍ ଗଣତି

ନୂଆଦିଲ୍ଲୀ: ୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଆଜି ବାହାରିବ ଫଳାଫଳ। ଏଥିପାଇଁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି। ଏଥିପାଇଁ ସମସ୍ତ ପ୍ରତିଦ୍ୱନ୍ଦ୍ୱି ଦଳର ନଜର ଏହା ଉପରେ ରହିଛି। ଗତ ୩ ତାରିଖରେ ବିହାରର ମୋକମା ଏବଂ ଗୋପାଳଗଂଜ, ମହାରାଷ୍ଟ୍ରର ଅନ୍ଧେରି-ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଏବଂ ଓଡ଼ିଶାର ଧାମନଗରରେ ଭୋଟ୍ ଗ୍ରହଣ ହୋଇଥିଲା। ଭିନ୍ନ ଭିନ୍ନ କାରଣ ପାଇଁ ଏହି ସବୁ ଆସନ ଖାଲିପଡିଥିଲା ସେଥିପାଇଁ ଏଠାରେ ଉପନିର୍ବାଚନ କରିବାକୁ ପଡିଥିଲା। ଏହି ନିର୍ବାଚନରେ ବିଜେପି ଏବଂ ଆଞ୍ଚଳିକ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଛି। ବିହାର ଏବଂ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ନିର୍ବାଚନ ହେଉଛି। ଆଗକୁ ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଏହି ଭୋଟ୍‌ର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ହିମାଚଳ ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ନଗର ନିଗମ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟ ରଖି ପ୍ରଚାର କାମ ଆରମ୍ଭ କରିଦେଇଛନ୍ତି।

Show More

Related Articles

Back to top button